ଇଏମଆଇଏଲ ମାଇନ୍ସ ହାତେଇଲା ରାଧିକାପୁର ଇଷ୍ଟ କୋଇଲାଖଣି
ଇଏମଆଇଏଲ ମାଇନ୍ସ ହାତେଇଲା ରାଧିକାପୁର ଇଷ୍ଟ କୋଇଲାଖଣି
admin
Nov 7, 2020 - 05:22
Updated: Nov 7, 2020 - 05:22
ନୂଆଦିଲ୍ଲୀ : ଓଡିଶାର ରାଧିକାପୁର ଇଷ୍ଟ କୋଇଲାଖଣିକୁ ହାତେଇବାରେ ସଫଳ ହୋଇଛି ଇଏମଆଇଏଲ ମାଇନ୍ସ । ପଞ୍ଚମ ଦିନରେ ହୋଇଥିବା ନିଲାମୀରେ ରାଧିକାପୁର ଇଷ୍ଟ କୋଇଲାଖଣିକୁ ଆଦିତ୍ୟ ବିର୍ଲା ଗ୍ରୁପ ଅଧୀନସ୍ଥ ଇଏମଆଇଏଲ ମାଇନ୍ସ ଆଣ୍ଡ ମିନେରାଲ ରିସୋର୍ସସ ଲିମିଟେଡ ହାତେଇବାରେ ସଫଳ ହୋଇଛି । ଏହା ବ୍ୟତିତ ଝାରଖଣ୍ଡର ଉର୍ମା ପହାଡିତୋଳା ଖଣିକୁ ଅରବିନ୍ଦ ରିଅଲିଟି ଆଣ୍ଡ ଇନଫ୍ରାକ୍ଚୀ ଲିମିଟେଡ ହାତେଇ ନେଇଛି । ବିଗତ ୫ ଦିନ ମଧ୍ୟରେ ୧୭ଟି କୋଇଲା ଖଣିର ନିଲାମୀ ହୋଇଥିବା ବେଳେ ଏହି ଦୁଇଟି ଖଣିରେ ୭୫୫.୬୩ ନିୟୁତ ଟନର କୋଇଲା ମହଜୁଦ ରହିଛି । ପୂର୍ବରୁ ଟନ ପିଛା ମୂଲ୍ୟ ହିସାବରେ ଖଣି ଗୁଡିକର ନିଲାମୀ ହେଉଥିବା ବେଳେଏହି ଖଣି ଗୁଡିକର ନିଲାମୀ ରାଜସ୍ୱ ଆବଣ୍ଟନ ଭିତ୍ତିରେ କରାଯାଉଛି ।
ରାଧିକାପୁର ଇଷ୍ଟ ଖଣି ପାଇଁ ଅଦାନି ଏଣ୍ଟରପ୍ରାଇଜେସ ଲିମିଟେଡ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂ ନାଲକୋ ଆଗୁଆ ରହିଥିଲେ । ଇ ଅକ୍ସନ ହେଉଥିବାରୁ କମ୍ପାନୀ ମାନଙ୍କ ମଧ୍ୟରେ ଖଣି ହାତେଇବା ପାଇଁ ପ୍ରବଳ ପ୍ରତିଯୋଗିତା ହୋଇଥିବା କୁହାଯାଇଛି । ଧାର୍ଯ୍ୟ ମୂଲ୍ୟ ଠାରୁ ଯଥେଷ୍ଟ ଅଧିକ ମୂଲ୍ୟରେ ଖଣି ଦୁଇଟିକୁ ହାତେଇଛନ୍ତି ଦୁଇ କମ୍ପାନୀ । କୋଇଲା ମନ୍ତ୍ରାଳୟ ପକ୍ଷରୁ ୩୮ଟି ଖଣିର ନିଲାମୀ କରାଯାଇଥାନ୍ତା ମାତ୍ର କୋଇଲା ଖଣି ସ୍ୱତନ୍ତ୍ର ବ୍ୟବସ୍ଥା ଆଇନ ୨୦୧୫ ଅନୁଯାୟୀ ୧୯ଟି ଖଣିର ନିଲାମୀ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଆସନ୍ତା ୯ ତାରିଖ ନିଲାମୀର ଅନ୍ତିମ ଦିନ ହୋଇଥିବା ବେଳେ ଦୁଇଟି ଖଣିର ନିଲାମୀ ପ୍ରକ୍ରିୟା ରହିଛି । ଏହି ଦୁଇଟି ଖଣି ମଧ୍ୟରୁ ଗୋଟିଏ ଝାରଖଣ୍ଡରେ ରହିଥିବା ବେଳେ ଅନ୍ୟଟି ଛତିଶଗଡରେ ରହିଥିବା ଜଣାପଡିଛି ।