ଓଟିଭିକୁ ହଇରାଣ କରିବା ବନ୍ଦ କରନ୍ତୁ ସରକାର : ଜାଗୀ ମଙ୍ଗତ ପଣ୍ଡା

ଓଟିଭିକୁ ହଇରାଣ କରିବା ବନ୍ଦ କରନ୍ତୁ ସରକାର : ଜାଗୀ ମଙ୍ଗତ ପଣ୍ଡା

ଓଟିଭିକୁ ହଇରାଣ କରିବା ବନ୍ଦ କରନ୍ତୁ ସରକାର : ଜାଗୀ ମଙ୍ଗତ ପଣ୍ଡା
ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିର ମୁଖ୍ୟ ଜାଗି ମଙ୍ଗତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ଭିଡିଓ ଜାରି କରିଛନ୍ତି । ସରକାର ଓଟିଭିକୁ ହଇରାଣ କରିବା ବନ୍ଦ କରନ୍ତୁ ବୋଲି ଏହି ଭିଡିଓ ଜରିଆରେ ଅନୁରୋଧ କରିଛନ୍ତି ଶ୍ରୀମତି ପଣ୍ଡା । ଦୀର୍ଘ ୨୩ ବର୍ଷ ଧରି ଓଟିଭି ନିରପେକ୍ଷତାର ସହ ସମ୍ବାଦ ପରିବେଷଣ କରି ଆସିଛି । ମାତ୍ର ବିଗତ ଦୁଇ ମାସ ମଧ୍ୟରେ ସରକାରୀ କଳର ଆକ୍ରୋଶର ଶିକାର ହୋଇଥିବାରୁ ଏହାକୁ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଦ କରିଛନ୍ତି ଜାଗୀ । ଓଟିଭି ବିରୋଧରେ ବିଗତ ଦୁଇ ମାସ ମଧ୍ୟରେ ୧୨ରୁ ଅଧିକ ମାମଲା ରୁଜୁ ହୋଇ ସାରିଛି । ଆଇନଗତ ପ୍ରକ୍ରିୟାରେ ଏହି ମାମଲାର ବିଚାର କରିବା ଉଚିତ ବୋଲି ମଧ୍ୟ ଜାଗି କହିଛନ୍ତି । ମାତ୍ର ପୋଲିସର ମାତ୍ରାଧିକ ପ୍ରୟୋଗ କରାଯାଇ ଓଟିଭିର କର୍ମଚାରୀଙ୍କୁ ଅଯଥାରେ ହଇରାଣ କରାଯିବା ସହିତ ଚାକିରି ଛାଡିବା ନିମନ୍ତେ ଚାପ ପକାଯାଇଛି । ମାନ୍ୟବର କୋର୍ଟଙ୍କ ଦ୍ୱାରା ସମସ୍ତ ମାମଲାର ବିଚାର କରାଯାଇ ଉପଯୁକ୍ତ ବିଚାର କରାଯିବା ସହିତ ପୋଲିସ ମନୋମୁଖୀ କାର୍ଯ୍ୟ ବନ୍ଦ ହେବା ଉଚିତ । ଓଡିଶାରେ ନିରପେକ୍ଷ ସାମ୍ବାଦିକତା ପାଇଁ ଖ୍ୟାତି ଅର୍ଜନ କରିଥିବା ଓଟିଭିର କର୍ମଚାରୀଙ୍କୁ ହଇରାଣ କରିବା ବନ୍ଦ କରିବା ସହିତ ଏବଂ କାର୍ଯ୍ୟ ପନ୍ଥା ଉପରେ କଟକଣା ନଲଗାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଜାଗୀ । ସୋସିଆଲ ମିଡିଆ ସାଇଟ ଟ୍ୱିଟ୍ଟର ଜରିଆରେ ଜାଗୀ ଏହି ଅନୁରୋଧ କରିଛନ୍ତି ।