ଡିଜିପି ଦାୟିତ୍ୱ ନେଲେ ବିଜୟ ଶର୍ମା

ଡିଜିପି ଦାୟିତ୍ୱ ନେଲେ ବିଜୟ ଶର୍ମା

ଡିଜିପି ଦାୟିତ୍ୱ ନେଲେ ବିଜୟ ଶର୍ମା
କଟକ: ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ସେମାବାର ସନ୍ଧ୍ୟାରେ ପୋଲିସ ଡିଜି ଭାବେ ବିଜୟ କୁମାର ଶର୍ମା ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ହୋମଗାର୍ଡ ଓ ଅଗ୍ନିଶମ ଡିଜି ଭାବେ କାର୍ଯ୍ୟ କରୁଛନ୍ତୁ । ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିବାରୁ ସେ ଏହାକୁ ଗୁରୁତ୍ୱ ସହ ନେଇଛନ୍ତି । ଅବାଧ ଓ ନିରପକ୍ଷ ନିର୍ବାଚନ ପରିଚାଳନା ପୋଲିସର ପ୍ରାଥମିକ ଦାୟିତ୍ୱ ରହିବ ବୋଲି ସେ କହିଛନ୍ତି । ନିର୍ବାଚନ ସମୟରେ ଓଡିଶା ପୋଲିସର ପ୍ରତ୍ୟକ କର୍ମଚାରୀ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବେ । ପ୍ରାଥମିକ ପର୍ଯ୍ୟାୟରେ ନକ୍ସଲ ଉପଦ୍ରୁତ ଅଂଚଳରେ ନିର୍ବାଚନ ହେବାକୁ ଥିôବା ବେଳେ ଏହା ପୋଲିସ ପାଇଁ ଇଙ୍ଗ ଚାଲେଞ୍ଜ ରହିବ । ସେଠାରେ ନିରାପଦାରେ ରହି କିଭଳି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ କରାଯିବ ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ପୋଲିସ ସମସ୍ତ ପ୍ରକାର କାର୍ଯ୍ୟ କରୁଥିବା ବେଳେ ଗ୍ରାମାଚଂଳ ଉପରେ ତୀକ୍ଷ୍ମ ନଜର ରହିବ । ଗୁଇନ୍ଦା ବିଭାଗ ତଥ୍ୟକୁ ଆଧାରକରି ଅବାଧ ଟଙ୍କା କାରବାରକୁ ରୋକିବା ଲାଗି ସମସ୍ତ ପ୍ରକାର ଚେଷ୍ଟା କରାଯିବ । ଏଥିରେ କୌଣସି ପ୍ରକାର ବ୍ୟତିକ୍ରମ ହେବ ନାହିଁ ବୋଲି ସେ କହିଛନ୍ତି । ପ୍ରକାଶ ଯେ, ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ଦେହାନ୍ତ ହେବା କାରଣରୁ ସେ ଛୁଟିରେ ରହିଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ଡିଜି ପାହ୍ୟରେ ଥିବା ୩ଜଣ ବରିଷ୍ଠ ପୋଲିସ ଅଫିସରଙ୍କ ନାମ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ସୁପାରିଶ ହୋଇଥିଲା । ସେଠାରୁ ଅନୁମତି ମିଳିବା ପରେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।