ବିଧାନସଭା ହାଲଚାଲ : ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ

ବିଧାନସଭା ହାଲଚାଲ : ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ

ବିଧାନସଭା ହାଲଚାଲ : ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ  । ଜାତୀୟ ସଂଗୀତ ଗାୟନରୁ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଦିବଂଗତଙ୍କ ସ୍ମୃତିଚାରଣ କରାଯାଇଥିଲା  । ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା ଓ ଅନ୍ୟ ଦିବଂଗତ ବିଧାୟକଙ୍କ ସ୍ମୃତିରେ ଗୃହର ପ୍ରଥମାର୍ଦ୍ଧକୁ ମୁଲତବୀ କରି ଦିଆଯାଇଛି  ।  

ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଜାତୀୟ ସଂଗୀତ ଗାୟନ କରାଯାଇଥିଲା  । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା, ସହିଦ ସୀତାରାମ ମୁର୍ମୁ ଓ ପ୍ରାଣବଳୀ ଦେଇଥିବା କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରି ସ୍ମୃତିଚାରଣ କରିଥିଲେ  । ତେବେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରୁଥିବାବେଳେ ବୈଷୟିକ ସମସ୍ୟା ଯୋଗୁଁ କିଛି ସମୟ ଗୃହ ଅଟକି ଯାଇଥିଲା  । ପରେପରେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରି ଶୋକାଞ୍ଜଳୀ ଜଣାଇଥିଲେ  । ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଦିବଂଗତଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିବା ପରେ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା  । ନୀରବ ପ୍ରାର୍ଥନା ପରେ ଦିବଂଗତଙ୍କ ସ୍ମୃତିରେ ବାଚସ୍ପତି ଅପରାହ୍ନ ୫ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରି ଦେଇଥିଲେ  ।