ସତର୍କ ରହିଲେ କ୍ଷତି କରିପାରିବ ନାହିଁ ‘ଓମିକ୍ରନ୍’
ସତର୍କ ରହିଲେ କ୍ଷତି କରିପାରିବ ନାହିଁ ‘ଓମିକ୍ରନ୍’
ନୂଆଦିଲ୍ଲୀ : ଭାରତୀୟମାନଙ୍କର କ୍ଷତି କରିପାରିବ ନାହିଁ ‘ଓମିକ୍ରନ୍କ୍’। ଭାରତରେ ଅଧିକାଂଶ ଲୋକ କୋଭିଡର ‘ଓମିକ୍ରନ’ ପ୍ରଜାତି କବଳରୁ ସୁରକ୍ଷା ପାଇପାରିବେ । ଭୟ କରିବାର କୌଣସି ଆବଶ୍ୟକ ନାହିଁ ବୋଲି ପ୍ରଖ୍ୟାତ ଭୂତାଣୁ ବିଜ୍ଞାନୀ ଡାକ୍ତର ସାହିଦ ଜମିଲ କହିଛନ୍ତି । ଭାରତର କୋଭିଡ ଉପଦେଷ୍ଟା ଗୋଷ୍ଠୀର ମୁଖ୍ୟ ଜମିଲ କହିଛନ୍ତି, ଲୋକମାନେ ସତର୍କ ରହିବା ସହ ମାସ୍କ ପିନ୍ଧିବା ଉଚିତ । ପୂର୍ବ ଭଳି ସତର୍କତା ଅବଲମ୍ବନ କଲେ ନୂଆ ପ୍ରଜାତି ବିଶେଷ କ୍ଷତି କରିପାରିବ ନାହିଁ । ଡେଲଟା ପ୍ରଜାତି ପାଇଁ ଭାରତର ଦ୍ୱିତୀୟ ଲହର ଖୁବ ବଡ଼ ଥିଲା । ଏହା ବହୁତ ଲୋକଙ୍କୁ ସଂକ୍ରମିତ କରିଥିଲା । ଚତୁର୍ଥ ଜାତୀୟ ସେରୋ ସର୍ଭେରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା । ଚତୁର୍ଥ ସେରୋ ସର୍ଭେରେ ଜଣାପଡ଼ିଥିଲା ଯେ, ଦେଶରେ ୬୭ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍ ଆଣ୍ଟିବଡି ରହିଛି । ଏବେ ପୁଣି ନିକଟରେ ହୋଇଥିବା ସର୍ଭେରେ ଦିଲ୍ଲୀରେ ୯୦ ପ୍ରତିଶତ ଏବଂ ମୁମ୍ବାଇରେ ୮୫-୯୦ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ ଏଣ୍ଟିବଡି ଥିବା ଜଣାପଡ଼ିଛି । ଜମିଲ କହିଛନ୍ତି, ଏହି ତଥ୍ୟରୁ ଜଣାପଡ଼ୁଛି ଯେ ଦେଶରେ ବହୁ ସଂଖ୍ୟାରେ ଲୋକେ କରୋନା କବଳରୁ ସୁରକ୍ଷା ପାଇପାରିବେ । ଜମିଲ କହିଛନ୍ତି, ନୂଆ ପ୍ରଜାତି ସଂକ୍ରାନ୍ତରେ ଆଗକୁ ଆହୁରି ଅଧିକ ତଥ୍ୟ ଆସିବ । କିନ୍ତୁ ଟିକାର ଫଳପ୍ରଦତା କିଛି ମାତ୍ରାରେ କମିଲେ ବି ଏହା ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇଯିବ ନାହିଁ ବୋଲି ସେ କହିଛନ୍ତି ।




admin 