ବିଜୁ ବାବୁଙ୍କ ଉପରେ ଆଉ ଏକ ପୁସ୍ତକ," ଦି ଆଡଭେଞ୍ଚର୍ସ ଅଫ ଦି ଡେୟାର ଡେଭିଲ ଡେମୋକ୍ରାଟ”

ବିଜୁ ବାବୁଙ୍କ ଉପରେ ଆଉ ଏକ ପୁସ୍ତକ," ଦି ଆଡଭେଞ୍ଚର୍ସ ଅଫ ଦି ଡେୟାର ଡେଭିଲ ଡେମୋକ୍ରାଟ”

ବିଜୁ ବାବୁଙ୍କ ଉପରେ ଆଉ ଏକ ପୁସ୍ତକ," ଦି ଆଡଭେଞ୍ଚର୍ସ ଅଫ ଦି ଡେୟାର ଡେଭିଲ ଡେମୋକ୍ରାଟ”
ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଆଉ ଏକ ଇଂରାଜୀ ପୁସ୍ତକ ରଚନା ହୋଇଛି । ଏହାର ନାମ ରହିଛି " ଦି ଆଡଭେଞ୍ଚର୍ସ ଅଫ ଦି ଡେୟାର ଡେଭିଲ ଡେମୋକ୍ରାଟ' । ଆସନ୍ତା ୬ ତାରିଖରେ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଏହାର ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକଟିକୁ ନୂଆଦିଲ୍ଲୀର "ଦି କ୍ରିଏଟିଭ ୱେରହାଉସ' ପ୍ରକାଶ କରିଛି । ପୁସ୍ତକର ଉନ୍ମୋଚନ ସଭାକୁ ସଫଳ କରିବା ପାଇଁ ଯଦିଓ ବିଜେଡିର ପ୍ରମୁଖ ନେତାମାନେ ଦାୟିତ୍ୱ ନେଇଛନ୍ତି, ତେବେ ସଭାର କୌଣସି ସ୍ଥାନରେ ବିଜେଡିର ନାମ ବ୍ୟବହାର କରାଯାଉ ନାହିଁ । ଯଥାସମ୍ଭବ ରାଜନୀତିରୁ ଊର୍ଦ୍ଧ୍ୱରେ ରଖିବାକୁ ଚେଷ୍ଟା ଚାଲିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସମ୍ମାନିତ ଅତିଥି ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେବେ । ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିମାନଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ କରାଯିବ । ଏଥି ପାଇଁ ନେତାମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି । ୨୦୧୭ ମସିହାରେ ବିଜୁ ବାବୁଙ୍କ ଉପରେ ଏକ ପୁସ୍ତକ "ଦି ଟଲ ମ୍ୟାନ' ଉନ୍ମୋଚିତ ହୋଇଥିଲା । ଉତ୍କଳ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ରାଜନୈତିକ ଦଳର ଜାତୀୟସ୍ତରର ନେତାମାନେ ଯୋଗ ଦେଇଥିଲେ । ଏଥର ଜାତୀୟ ନେତାମାନଙ୍କ ଡକାଯାଉ ନ ଥିଲେ ବି ଉତ୍ସବକୁ ବଡ଼ ଧରଣର ଆୟୋଜନ କରାଯାଉଛି । ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ବହିଟି ଉନ୍ମୋଚିତ ହେବ ବୋଲି ଜଣାପଡ଼ିଛି ।