ବଢିପାରେ ଗ୍ୟାସ ସିଲିଣ୍ଡର ଦାମ

ବଢିପାରେ ଗ୍ୟାସ ସିଲିଣ୍ଡର ଦାମ

ବଢିପାରେ ଗ୍ୟାସ  ସିଲିଣ୍ଡର ଦାମ

ଆଦିଲ୍ଲୀ: ଦିନକୁ ଦିନ ମହଙ୍ଗା ମାଡ଼ରେ ଖାଉଟି ଅତ୍ୟଧିକ ହନ୍ତସନ୍ତ ହେଉଛନ୍ତି । ସମସ୍ତ ଜିନିଷର ଦର ହେଉଛି ଆକାଶ ଛୁଆଁ । ପେଟ୍ରୋଲ ଠାରୁ ଆରମ୍ଭ କରି ଖାଦ୍ୟ ଓ ଜାଳେଣି ଗ୍ୟାସ ସହ ସବୁ ଦର ଉପର ମୁହାଁ ହେବାରେ ଲାଗିଛି । ତେବେ କିଛି ଦିନ ହେବ ସରକାର ଗ୍ୟାସଦର କମାଇଦେଇଥିଲେ, ଯାହାଦ୍ୱାରା ଜନସାଧାରଣଙ୍କ ମନରେ ଟିକିଏ ଆଶ୍ୱସ୍ତି ଆସିଥିଲା ।

ଏହା ଦ୍ୱାରା ଏଲପିଜି ସିଲିଣ୍ଡର ଉପରେ କିଛିଟା ବାଣିଜ୍ୟିକ ରିଆତି ମିଳୁଥିଲା । ହେଲେ ସରକାର ଏବେ ତାକୁ ବନ୍ଦ କରି ଦେଇଛନ୍ତି । ଡିଷ୍ଟ୍ରିବ୍ୟୁଟରମାନେ ୨୦୦ରୁ ୩୦୦ ଟଙ୍କା ଗ୍ୟାସ ସିଲିଣ୍ଡର ଉପରେ ରିଆତି ଦେଉଥିଲେ । ହେଲେ ବାରମ୍ବାର ଅଭିଯୋଗ ପରେ ଏହାକୁ ସରକାର ଉଠାଇଦେଇଛନ୍ତି । ଏହି ଅଭିଯୋଗ ତିନୋଟି ତେଲ କମ୍ପାନୀ ଆଣିଥିଲେ । ଏହି କମ୍ପାନୀ ଗୁଡ଼ିକ ବିତରକଙ୍କୁ ରିଆତି ଦେବା ପାଇଁ ମନା କରିଦେଇଛନ୍ତି । ଏହାକୁ ନେଇ ସରକାର ନିଜ ରାୟ ଶୁଣାଇ ରିଆତି ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି ।