ଆମାଜନ ମାଲିକଙ୍କ ବଡ ନିଷ୍ପତ୍ତି

ଆମାଜନ ମାଲିକଙ୍କ ବଡ ନିଷ୍ପତ୍ତି

ଆମାଜନ ମାଲିକଙ୍କ ବଡ ନିଷ୍ପତ୍ତି


ନୂଆଦିଲ୍ଲୀ :  ଇ-କମର୍ସ ସଂସ୍ଥା ଆମାଜନ୍‌ର ମୁଖ୍ୟ ତଥା ବିଶ୍ବର ଅନ୍ୟତମ ବଡ଼ ଧନୀ  ଜେଫ୍ ବେଜୋସ୍ ନିଜ ପାଖରେ ଥିବା ୧୨,୪୦୦ କୋଟି ଡଲାର ସମ୍ପତ୍ତିର ସିଂହ ଭାଗ ବନାଦ୍ୟ କାର୍ଯ୍ୟ ଲାଗି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସିଏନ୍‌ଏନ୍ ସହ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି।

କିନ୍ତୁ କେଉଁ କାର୍ଯ୍ୟ ଲାଗି ସେ ନିଜ ଧନ ଦାନ କରିବେ ତାହା ଜଣାଇନାହାନ୍ତି। କିଭଳି ସମ୍ପତ୍ତି ଦାନ କରିହେବ ସେ ଉପରେ ବେଜୋସ୍ ଓ ତାଙ୍କ ସହଯୋଗୀ ଲ‌ରେନ୍ ସାଞ୍ଜେଜ୍‌ କାର୍ଯ୍ୟ କରୁଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ବେଜୋସ୍ ୧୦୦୦ କୋଟି ଡଲାର ଦେବେ ବୋଲି ଘୋଷଣା କରିଛନ୍ତି। ବେଜୋସ୍‌ଙ୍କ ଅଧୀନରେ ଆମାଜନ, ସମ୍ବାଦପତ୍ର ୱାସିଂଟନ ପୋଷ୍ଟ ଏବଂ ମହାକାଶ ଯାତ୍ରା ସୁବିଧା ପ୍ରଦାନ କରୁଥିବା ସଂସ୍ଥା ବ୍ଲୁ ଅରିଜିନ୍ ରହିଛି।