ପ୍ରେମିକ ରାଜା ହିଁ ହତ୍ୟାକାରୀ

ପ୍ରେମିକ ରାଜା ହିଁ ହତ୍ୟାକାରୀ

ପ୍ରେମିକ ରାଜା ହିଁ ହତ୍ୟାକାରୀ
ଜଗତସିଂପୁର:ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାଲଲାର ରହସ୍ୟ ଖୋଲିଲା । ଜଗତସିଂହପୁର ଏସପି ଆର୍. ପ୍ରକାଶ ପ୍ରେସମିଟ୍ କରି ନିହାରିକା ହତ୍ୟାକାଣ୍ଡ ରହସ୍ୟର ଖୋଲିଛନ୍ତି । ନର୍ସ ନିହାରିକାକୁ ତାର ନିଜ ପ୍ରେମିକ ରାଜା ହିଁ ହତ୍ୟା କରିଛି । ନିହାରିକା ନିଖୋଜ ଥିବା ମଧୁପାଟଣା ଥାନରେ ଏତଲା ହୋଇଥିଲା । ୮ ତାରିଖରୁ ନିଖୋଜ ଥିବା ୯ ତାରିଖରେ ଏତଲା ହୋଇଛି । ୧୭ ତାରିଖରେ ବିରିଡି ଥାନା ବିଲୁଆ ଖାଇ ନଦୀରୁ ଶବ ମିଳିଥିଲା । ପରିବାର ଶବ ଚିହ୍ନଟ ସହ ରାଜା ନାଁରେ ଅଭିଯୋଗ କରିଥିଲେ । ରାଜା ଓରଫ କିଶୋର ଆଂଚଳ ହତ୍ୟା କରିଥିବା ଏତଲା କରିଥିଲେ । ଆମେ ଗତକାଲି ରାଜା ଓରଫ କିଶୋର ଆଂଚଲକୁ ଗିରଫ କରିଛୁ । ରାଜା ହିଁ ନିହାରିକାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ବୋଲି ଏସପି କହିଛନ୍ତି । ସିସିଟିଭି ଫୁଟେଜ, ଫୋରେନସିକ ରିପୋର୍ଟରୁ ପ୍ରମାଣ ମିଳୁଛି । ୮ ତାରିଖ ଦିନ ନର୍ସିଂହୋମରୁ ନିହାରିକଙ୍କୁ ନେଇଥିଲା ରାଜା । ସେଠାରୁ ଚାଉଳିଆଗଂଜରେ ଥିବା ନିଜ ସାଙ୍ଗ ଗଡା ଘରକୁ ନେଇଥିଲା । ସେଠାରେ ନିହାରିକୁ ହତ୍ୟା କରି ଅଘାରେ ଭର୍ତି କରିଥିଲା । ଅଘାରେ ଥିବା ନିହାରିକା ଶବକୁ ନଦୀରେ ନେଇ ପକାଇ ଦେଇଥିଲା ବୋଲି ସ୍ୱୀକାର କରିଛି ରାଜା ।