ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରିଟି, ନୂଆ କମିଟି ଗଠନ କଲେ ସୁପ୍ରିମ୍ କୋର୍ଟ
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରିଟି, ନୂଆ କମିଟି ଗଠନ କଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ସପ୍ରିମ୍ କୋର୍ଟରେ ଶୁଣାଣି ହୋଇଛି। ଏହି ତ୍ରଟିର ଯାଞ୍ଚ କରିବାକୁ ସୁପ୍ରିମ୍ କୋର୍ଟ ଏକ ନୂତନ କମିଟି ଗଠନ କରିଛିନ୍ତି। ଏହି କମିଟିରେ ୪ ଜଣ ସଦସ୍ୟ ରହିବେ। ସୁପ୍ରିମ୍ କୋର୍ଟର ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଡିଜି ଏନ୍ଆଇଏ, ଡିଜି ଚଣ୍ଡିଗଡ଼, ଏଡିଜିପି ପଞ୍ଜାବ ସଦସ୍ୟ ରହିବେ। ସେହିପରି ଏହାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ରସ୍ତରରେ ଗଠିତ ହୋଇଥିବା ତଦନ୍ତ କମିଟିକୁ ସୁପ୍ରିମ୍ କୋର୍ଟ ରଦ୍ଦ କରି ଦେଇଛନ୍ତି। ଉଭୟ କମିଟି ସଂଗ୍ରହ କରିଥିବା ସମସ୍ତ ଦସ୍ତାବିଜ୍ ଏହି କମିଟିକୁ ପ୍ରଦାନ କରିବେ ବୋଲି ନିର୍ଦେଶ ଦିଆଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସେମାନଙ୍କ ସହମତିରେ କମିଟି ଗଠନକୁ ନେଇ କୌଣସି ସ୍ପଷ୍ଟ ସୂଚନା ନ ମିଳିବାରୁ ଶେଷରେ ସୁପ୍ରିମ୍ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ମାସ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ପାଗ ଖରାପ ଯୋଗୁଁ ଜାତୀୟ ରାଜପଥରେ ଯାଉଥିଲେ। ମାତ୍ର ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ଏକ ଓଭରବ୍ରିଜ୍ ଉପରେ ପ୍ରାୟ ୨୦ ମିନିଟ୍ ଧରି ଅଟକି ରହିଥିଲା। ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଶେଷରେ ଏହି ମାମଲା ସୁପ୍ରିମ୍ କୋର୍ଟ ଯାଇଥିଲା।




admin 