୧୧ଟି ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ବିଜେଡି ସାଂସଦ ମନୋନୀତ ହେବେ
୧୧ଟି ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ବିଜେଡି ସାଂସଦ ମନୋନୀତ ହେବେ
admin
Jul 3, 2019 - 04:51
Updated: Jul 3, 2019 - 04:51
ନୂଆଦିଲ୍ଲୀ : ୧୭ତମ ଲୋକସଭାରେ ୧୧ଟି ବିଭାଗ ସମ୍ପର୍କିତ ଷ୍ଟାଣ୍ଡିଂ କମିଟିରେ ବିଜେଡି ସାଂସଦମାନଙ୍କୁ ମନୋନୀତ କରାଯିବ । ଏ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ରଙ୍କୁ ପତ୍ର ଲେଖାଯାଇଈଛି । ୧୧ଟି ବିଭିନ୍ନ ବିଭାଗ ପାଇଁ ସଦସ୍ୟମାନଙ୍କ ନାମକୁ ମନୋନୀତ କରି ଲୋକସଭା ସଚିବାଳୟକୁ ଜୁଲାଇ ୧୯ ତାରିଖ ସୁଦ୍ଧା ପଠାଇବା ପାଇଁ ପତ୍ରରେ କୁହାଯାଇଛି । ଏତଦବ୍ୟତୀତ ଜଣେ ସଦସ୍ୟଙ୍କ ନାମ ଗୋଟିଏରୁ ଦୁଇଟି ବିଭାଗ ପାଇଁ ମନୋନୀତ କରିବା ପାଇଁ ମଧ୍ୟ କୁହାଯାଇଛି । ଆଜି ସଂସଦ ଭବନରେ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସାଂସଦମାନଙ୍କ ବୈଠକରେ କେଉଁ ସାଂସଦଙ୍କୁ କେଉଁ ବିଭାଗ ଷ୍ଟାଣ୍ଡିଂ କମିଟି ପାଇଁ ମନୋନୀତ କରାଯିବ ସେ ନେଇ ବିଚାର ବିମର୍ଶ କରାଯାଇଥିଲା ଏବଂ ସାଂସଦମାନଙ୍କ ନାମକୁ ଆପାତତଃ ଚୂଡାନ୍ତ କରାଇଦିଆଯାଇଥିବା ଜଣାପଡ଼ିଛି । ଖୁବ ଶୀଘ୍ର ଏହି ସାଂସଦ ବିଭାଗ ତାଲିକାରେ ଲୋକସଭା ସଚିବାଳୟକୁ ପଠାଇଦିଆଯିବ । ଏହା ପରେ ଲୋକସଭା ବାଚସ୍ପତିଙ୍କ ଦ୍ୱାରା ବିଭାଗ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ଗୁଡ଼କ ଗଠନ କରାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଯେଉଁ ୧୧ଟି ବିଭାଗ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ପାଇଁ ବିଜେଡି ସାଂସଦମାନଙ୍କ ନାମ ତାଲିକା ଲୋଡାଯାଇଛି ସେହି ବିଭାଗ ଗୁଡ଼ିକ ହେଲା-ବାଣିଜ୍ୟ, ଗୃହ ବ୍ୟାପାର, ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ, ବିଜ୍ଞାନ ଓ ପ୍ରଯୁକ୍ତି, ଜଙ୍ଗଲ ଓ ପରିବେଶ, ପ୍ରତିରକ୍ଷା ବୈଦେଶିକ ବ୍ୟାପାର, ଅର୍ଥ, ଖାଦ୍ୟ ତଥା ଖାଉଟି ବ୍ୟାପାର ଓ ସାର୍ବଜନିକ ବିତରଣ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଓ ରେଲୱେ ।