୧୫ ଯାଏଁ ଲାଗି ରହିବ ବର୍ଷା

୧୫ ଯାଏଁ ଲାଗି ରହିବ ବର୍ଷା

ଭୁବନେଶ୍ୱର :ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ମଙ୍ଗଳବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବୁଧବାର ବି ବର୍ଷା ଜାରି ରହିବ । ୧୩ ଓ ୧୪ ତାରିଖରେ ଭାରି ବର୍ଷା ହୋଇପାରେ । ମଙ୍ଗଳବାର ଠାରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ ହୋଇଛି । ୧୬ରୁ ପୁଣି ଉତ୍ତରା ପବନ ବହିବ । ତାପମାତ୍ରା ବି କିଛି କମିପାରେ ।

୧୨ରୁ ୧୫ ଯାଏ ସାରା ରାଜ୍ୟରେ ପାଗ ମେଘୁଆ ରହିବ । ମଙ୍ଗଳବାର ରାତିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସଂଲଗ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବ । ବୁଧବାର ରାତି ସାରା ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ଆଶଙ୍କା ରହିଛି । ୧୨ରୁ ୧୫ ଯାଏ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଜାରି ରହିବ । ଜିଲ୍ଲାରେ ହାରାହାରି ୪୦ ମିଲିମିଟର ବର୍ଷା ହୋଇପାରେ । କିଛି ସ୍ଥାନରେ ୫୦ ମିଲିମିଟରରୁ ଅଧିକ ବର୍ଷା ହେବ  ।

୧୬ରୁ ୧୯ ତାରିଖ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । ୧୨ରୁ ୧୪ ଯାଏ ଦିନବେଳା ପାଗ କୋହଲା ରହିବ । ୧୨ ରାତିରୁ ୧୫ ରାତି ଯାଏ ଘନ କୁହୁଡି ହେବ । ୨୦ ଓ ୨୧ରେ ପୁଣି ମେଘୁଆ ପାଗ ହୋଇପାରେ  ।