ପୁଲିସକୁ ମିଳିବ ପୁରସ୍କାର

ପୁଲିସକୁ ମିଳିବ ପୁରସ୍କାର

ପୁଲିସକୁ ମିଳିବ ପୁରସ୍କାର
ତେଲେଙ୍ଗାନା ଡାକ୍ତରାଣୀ ଗଣବଳାକ୍ରାର ଓ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରି ହତ୍ୟା କରାଯିବା ପରେ ରାଜ୍ୟ ପୁଲିସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । ଏହି ପରିପ୍ରେକ୍ଷୀରେ ହରିୟାଣାର ଜଣେ ଶିଳ୍ପପତି ଘୋଷଣା କରିଛନ୍ତି ଯେ ସେ ଏହି ଏନକାଉଣ୍ଟରରେ ସାମିଲ ପ୍ରତ୍ୟେକ ପୁଲିସ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବେ । ରାହ ଗ୍ରୁପ ଫାଉଣ୍ଡେସନର ଅଧ୍ୟକ୍ଷ ନରେଶ ସେଲପାତ ଘୋଷଣା କରିଛନ୍ତି ଯେ ସେ ଏହି ଏନକାଉଣ୍ଟରକୁ ସମର୍ଥନ କରନ୍ତି । ତେଣୁ ସେ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ରାହ ଗ୍ରୁପ ଫାଉଣ୍ଡେସନ ମଧ୍ୟ ହରିୟାଣାରେ ୨୧ ହଜାର ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବା ପାଇଁ ଏକ ବିରାଟ ଅଭିଯାନ ଚଳାଉଛି । ପ୍ରଥପ ପର୍ଯ୍ୟାୟରେ ଚଳିତ ମାସ ୨୨ ରୁ ୩୦ ଭିତରେ ଚରଖୀ ଦାଦରୀ ଅଞ୍ଚଳରେ ଥିବା ୧୧ଟି ସ୍କୁଲର ୨୬୦୦ ଛାତ୍ରୀଙ୍କୁ ଏଭଳି ପ୍ରଶିକ୍ଷଣ ଦିଆଯିବ ।