ମହିଳା କନଷ୍ଟେବଳଙ୍କୁ ଯୌନ ଶୋଷଣ,ଇନ୍ସପେକ୍ଟରଙ୍କୁ କୋରାପୁଟ ବଦଳି

ମହିଳା କନଷ୍ଟେବଳଙ୍କୁ ଯୌନ ଶୋଷଣ,ଇନ୍ସପେକ୍ଟରଙ୍କୁ କୋରାପୁଟ ବଦଳି

ମହିଳା କନଷ୍ଟେବଳଙ୍କୁ ଯୌନ ଶୋଷଣ,ଇନ୍ସପେକ୍ଟରଙ୍କୁ କୋରାପୁଟ ବଦଳି
ସମ୍ବଲପୁର: ଯୌନ ନିର୍ଯାତନ, ବଳାକ୍ରାର ଆଦି ମାମଲାର ତଦନ୍ତ କରୁଥିବା ପୁଲିସର ଖାକି ପୋଷାକରେ କଳାଦାଗ ଲାଗିଛି । ତାଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଭଳି ଏକ ମାମଲାରେ ଜଣେ ଇନ୍ସପେକ୍ଟର ସମ୍ପୃକ୍ତ ଥିବା ବେଳେ ଦୁଇ ଦିନ ଧରି ସମ୍ବଲପୁର ଏସପି ମୁହଁ ଖୋଲି ନଥିଲେ । ନିଜ ଅପରାଧକୁ ଲୁଚାଇବା ପାଇଁ ପୁଲିସ ତପôର ହୋଇ ଉଠିଛି ବୋଲି ଚର୍ଚ୍ଚା ହେଉଥିଲା । ଶୁକ୍ରବାର ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସରେ ଆସିଥିବା ଏସପି କୁଅଁର ବିଶାଲ ସିଂହକୁ ଶେଷକୁ ମୁହଁ ଖୋଲିଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ବୈଦୁ୍ୟତିକ ଗଣମାଧ୍ୟମକୁ ସେ ବିବୃତ୍ତି ଦେବାକୁ ମନା କରିଥିଲେ । ତେବେ ଆଭ୍ୟନ୍ତରୀଣ ତଦନ୍ତ କମିଟିର ରିପୋର୍ଟ ଆସି ସାରିଛି ଓ ଅଭିଯୁକ୍ତ ରିଜର୍ଭ ଇନ୍ସପେକ୍ଟର ଚିତ୍ତରଞ୍ଜନ ନାଏକଙ୍କୁ କୋରାପୁଟ ବଦଳି କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ପୁଲିସ ଏକ ପରିବାର ଏବଂ ପୀଡ଼ିତାମାନେ ମଧ୍ୟ ଏହାର ସଦସ୍ୟ ସେମାନଙ୍କୁ ସୁରକ୍ଷିତ ରଖିବା ଦାୟିତ୍ୱ ବୋଲି ଶ୍ରୀ ସିଂହ କହିଥିଲେ । ଏ ନେଇ କାର୍ଯ୍ୟାନୁଷ୍ଠାନ ପରେ ବି ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ପ୍ରାୟ ୩-୪ ମାସ ତଳେ ପଦୋନ୍ନତି ଲୋଭ ଦେଖାଇ ଅତି କମରେ ୩ ଜଣ ମହିଳା କନଷ୍ଟେବଳଙ୍କୁ ଯୌନ ଶୋଷଣ କରିଥିଳେ । ଏହା ପରେ ଜଣେ କନଷ୍ଟେବଳ ସାହସ କରି ଉକ୍ତ ରିଜର୍ଭ ଇନ୍ସପେକ୍ଟରଙ୍କ ବିରୋଧରେ ଏସପିଙ୍କୁ ଅଭିଯୋଗ କରିଥିଳେ । ଅଭିଯୋଗ ପାଇବା ପରେ ଏସପିଙ୍କ ନିଦେ୍ର୍ଧଶକ୍ରମେ ଜଣେ ମହିଳା ଡିଏସପିଙ୍କ ନେତୃତ୍ୱରେ ୫ ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା । ଏହି କମିଟି ଅଭିଯୋଗର ସତ୍ୟତା ନିରୂପଣ କରିବା ସହିତ ଯଦି ଅଭିଯୋଗ ସତ୍ୟ ତାହା ହେଲେ ଅଭିଯୁକ୍ତକୁ ଚିହ୍ନଟ କରିବ ଓ ତା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ସୁପାରିଶ କରିବ । ଅସମର୍ଥିତ ସୂତ୍ର ଅନୁଯାୟୀ କମିଟି ତାହାର ରିପୋର୍ଟ ମଙ୍ଗଳବାର ପ୍ରଦାନ କରିଥିଲା । ଏହା ନିଜ ଘରର ମାମଲା ହୋଇଥିବା ପୁଲିସ ମାମଲାକୁ ରଫାଦଫା କରିବା ପାଇଁ ରାତାରାତି ଅଭିଯୁକ୍ତ ପୁଲିସ ଇନ୍ସପେକ୍ଟରଙ୍କଠାରୁ କ୍ଷମାପ୍ରାର୍ଥନା ପତ୍ର ଓ ଅଭିଯୋଗକାରିଣୀଙ୍କଠାରୁ କ୍ଷମାପ୍ରଦାନ ପତ୍ର ଯୋଗାଡ଼ କରାଯାଇଥିଲା । ଏପରିକି ତଦନ୍ତ କମିଟିର ସୁପାରିଶ ଆଧାରରେ ନାମକୁ ମାତ୍ର ଅଭିଯୁକ୍ତ ଇନ୍ସପେକ୍ଟରଙ୍କ ବିଭାଗ ବଦଳାଇ ଦିଆଯାଇଥିଲା । ତାଙ୍କ ପୁଲିସ ରିଜର୍ଭରୁ ଗୃହରକ୍ଷୀ ବିଭାଗକୁ ପଠାଇ ଦିଆଯାଇଥିଲା । ଜିଲ୍ଲା ପୁଲିସ ଛବି ମଳିନ କରିଥିବା ଏହି ଘଟଣା ବାବଦରେ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ମୁହଁ ଖୋଲି ନଥିଲେ । ତେବେ ବିଭିନ୍ନ ମହଲରେ ଚାପ ବୃଦ୍ଧି ପାଇବା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ କୋରାପୁଟକୁ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି ।