ପୁଲିସ ହାତରେ ଧରାପଡ଼ିଲା ଗୁପ୍ତଚର ଇଗଲ୍ !

ପୁଲିସ ହାତରେ ଧରାପଡ଼ିଲା ଗୁପ୍ତଚର ଇଗଲ୍ !

ପୁଲିସ ହାତରେ ଧରାପଡ଼ିଲା ଗୁପ୍ତଚର ଇଗଲ୍ !
ବିହାରର ଶିବହର ଜିଲ୍ଲାରୁ ଏକ ଇଗଲ୍କୁ ଉଦ୍ଧାର କରାଯାଇଛି। ଏହି ଇଗଲ୍ ଦେହରେ କ୍ୟାମେରା, ସୋଲାର୍ ପ୍ଲେଟ୍ ସହିତ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ଖଞ୍ଜା ଯାଇଥିବା ଦେଖିବାକୁ ମିଳିଛି। ଚିକନୌତା ଅଞ୍ଚଳରେ ଇଗଲ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ଲୋକେ ଏହାକୁ ଗୁପ୍ତଚର ପକ୍ଷୀ ବୋଲି ସନ୍ଦେହ କରି ସ୍ଥାନୀୟ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଇଗଲ୍ଟିକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଇଗଲ୍ ପକ୍ଷୀଟି କେଉଁଠୁ ଆସିଲା ? କିଏ, କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଇଗଲ୍ ଦେହରେ ଏଭଳି କ୍ୟାମେରା ଖଞ୍ଜିଛି ସେନେଇ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।