ଜାଣନ୍ତୁ କାହାକୁ ମିଳିଲା ନୋବେଲ ପୁରଷ୍କାର

ଜାଣନ୍ତୁ କାହାକୁ ମିଳିଲା ନୋବେଲ ପୁରଷ୍କାର

ଜାଣନ୍ତୁ କାହାକୁ ମିଳିଲା ନୋବେଲ ପୁରଷ୍କାର
ସ୍ୱିଡେ଼ନ : ଚଳିତ ବର୍ଷ ପାଇଁ ବିଶ୍ୱର ମର୍ଯ୍ୟାଦାଜନକ ନୋବେଲ ପୁରସ୍କାର ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଇତିମଧ୍ୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନ ପାଇଁ ୯ ଜଣଙ୍କ ନାମ ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନ ପାଇଁ ଜେମସ ପିବଲିସ, ମାଇକେଲ ମେୟର ଓ ଡିଡି୍ରୟର କ୍ୱେଲୋଜଙ୍କ ନାମ ଘୋଷଣା କରାଯାଇଥିବାବେଳେ ରସାୟନ ବିଜ୍ଞାନ ପାଇଁ ଜନ ବି ଗୁଡ଼ଏନଫ, ଷ୍ଟାନଲି ୱଟିଙ୍ଗହମ ଓ ଆକିରା ୟୋସିନୋଙ୍କୁ ନୋବେଲ ପୁରସ୍କାର ମିଳିବ । ଅପରପକ୍ଷରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ୱିଲିୟମ କଲିନ, ପିଟର ରେଟକ୍ଲିପ ଓ ଗ୍ରେଗ ସେମେଞ୍ଜାଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।