ପାରାଦୀପରେ ପ୍ରବଳ ବର୍ଷା

ପାରାଦୀପରେ ପ୍ରବଳ ବର୍ଷା

ପାରାଦୀପରେ ପ୍ରବଳ ବର୍ଷା
ଭୁବନେଶ୍ୱର:ଜଗତସିଂହପୁର ପାରାଦୀପରେ ପ୍ରବଳ ବର୍ଷା ସହ ପବନ ଜାରି ରହିଛି । ବିଭିନ୍ନ ଅଂଚଳରେ ଗଛ ଡାଳ ଭାଙ୍ଗିବା ସହ ଉପୁଡିଛି ଗଛ । ମଧୁବନ ଓ ଅଠରବାଙ୍କୀରେ ଗଛ ପଡି ରାସ୍ତା ଅବରୋଧ ହୋଇପଡିଛି । ଗମନାଗମନ ବିଚ୍ଛିନ୍ନ ହୋଇ ପଡିଛି । କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱରରେ ବର୍ଷା ଜାରି ରହିଛି । ପାରାଦୀପରେ ୨୪ ଘଂଟାରେ ସର୍ବାଧିକ ୧୫୯ ମିମି ବର୍ଷା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୧୪୩ ମିମି, ବାଲେଶ୍ୱରରେ ୩୧ ମିମି ବର୍ଷା ରେକର୍ଡ କରାଯାଇଛି । ଅପରାହ୍ନ ସୁଦ୍ଧା ବାଲେଶ୍ୱର, ଭଦ୍ରକରେ ବର୍ଷାର ପରିମାଣ ବଢିବ । କେନ୍ଦ୍ରାପଡାରେ ପବନର ବେଗ ଘଂଟା ପ୍ରତି ୭୦ରୁ ୮୦ କିମିରେ ପହୁଛି ।