ପଦ୍ମଶ୍ରୀ କମଳା ପୂଜାରୀ ପୁଣିଥରେ ଅସୁସ୍ଥ
ପଦ୍ମଶ୍ରୀ କମଳା ପୂଜାରୀ ପୁଣିଥରେ ଅସୁସ୍ଥ
ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଅଣାଯାଇ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଥିବା ସିଡିଏମ୍ଓ ଡାକ୍ତର ଅରୁଣ କୁମାର ପାଢ଼ୀ କହିଛନ୍ତି । କମଳାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସ୍ୱତନ୍ତ୍ର କ୍ୟାବିନ୍ ଆଗରେ ୨ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ ହୋଇଛନ୍ତି ।
କମଳାଙ୍କ ଚିକିତ୍ସା କଟକ ବଡ଼ ମେଡିକାଲ୍ରେ ଚାଲିଥିବା ବେଳେ ସୃଷ୍ଟି ହୋଇଥିବା ଅବ୍ୟବସ୍ଥାର ଯେଭଳି ପୁନରାବୃତ୍ତି ନହୁଏ, ସେ ଦିଗପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ସିଡିଏମ୍ଓ ଡାକ୍ତର ପାଢ଼ୀ କହିଛନ୍ତି, କମଳାଙ୍କ ଚିକିତ୍ସା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଛି । ଶରୀରରେ ଜ୍ୱର ନାହିଁ । ସବୁ ପ୍ରକାର ପ୍ରରୀକ୍ଷା ଲାଗି ନମୁନା ସଂଗ୍ରହ କରାଯାଇଛି । ପରୀକ୍ଷା ରିପୋର୍ଟ ମିଳିବା ପରେ ଚିକିତ୍ସା ପଦ୍ଧତି ଆପଣାଯିବ ।




admin 