ପଞ୍ଜାବର ପୂର୍ବତନ ମନ୍ତ୍ରୀ ଗିରଫ
ପଞ୍ଜାବର ପୂର୍ବତନ ମନ୍ତ୍ରୀ ଗିରଫ
ଚଣ୍ଡିଗଡ: ପଞ୍ଜାବର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାଧୁ ସିଂହ ଧର୍ମସୋତଙ୍କୁ ଗିରଫ କରିଛି ପଞ୍ଜାବ ଭିଜିଲାନ୍ସ ଟିମ୍। ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଆଜି ଭୋରୁ ତାଙ୍କୁ ଅମଲୋହରୁ ଗିରଫ କରିଛି।
ସେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କ୍ୟାବିନେଟରେ ଜଙ୍ଗଲ ଓ ସାମାଜିକ କଲ୍ୟାଣ ବିଭାଗ ମନ୍ତ୍ରୀ ଭାବରେ କାର୍ୟ୍ୟ କରିଥିଲେ। ତାଙ୍କ ସହ ଜଣେ ସ୍ଥାନୀୟ ସାମ୍ବାଦିକ କମଲଜିତ ସିଂହଙ୍କୁ ମଧ୍ୟ ଗିରଫ କରାଯାଇଛି। କଂଗ୍ରେସ ନେତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନେତୃତ୍ୱାଧୀନ ସରକାର ଚେତାବନୀ ଦେବାର ଏକ ମାସରୁ ଅଧିକ ସମୟ ପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଦୁର୍ନୀତି ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ବ୍ୟୁରୋର ଜଣେ ଅଧିକାରୀ କହିଛନ୍ତି। ବାସ୍ତବରେ ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ବ୍ୟୁରୋ ମୋହାଲିରୁ କିଛି ବନ ଅଧିକାରୀଙ୍କୁ ଧରିଥିଲା। ଏହି ବ୍ୟକ୍ତିଙ୍କୁ ପଚରାଉଚରା ସମୟରେ ଧର୍ମସୋତ ଗଛ କାଟିବା ପାଇଁ ୫୦୦ଟଙ୍କା ଲାଞ୍ଚ ନେଉଥିବା କହିଥିଲେ। କେବଳ ସେତିକି ନୁହେଁ ନୂଆ ଗଛ ଲଗାଇବା ପାଇଁ ମଧ୍ୟ ଲାଞ୍ଚ ମଧ୍ୟ ନିଆଯାଇଛି। ଏହାର କିଛି ଅଂଶ ଧର୍ମସୋତଙ୍କ ପାଖକୁ ଯାଉଥିଲା।
ଉଲ୍ଲେଖଯୋଗ୍ୟ, କ୍ୟାପଟେନ ଅମରିନ୍ଦରଙ୍କ କାର୍ୟ୍ୟକାଳ ସମୟରେ ସାଧୁଙ୍କ ବିରୋଧରେ ସ୍କଲାରସିପ୍ ସ୍କାମରେ ଜଣେ ଆଇଏଏସ୍ ଅଧିକାରୀ କ୍ରିପା ଶଙ୍କର ସରୋଜ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କୁ ପରେ ଏକ “କ୍ଲିନ୍ ଚିଟ୍” ଦିଆଯାଇଥିଲା। ଏବେ ଜଙ୍ଗଲ ଏବଂ ସାମାଜିକ କଲ୍ୟାଣ ବିଭାଗରେ ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ଥିବା ନେଇ ପର୍ୟ୍ୟାପ୍ତ ପ୍ରମାଣ ଥିବା କୁହାଯାଉଛି।




admin 