ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ
ଆଠଗଡ - ଆଠଗଡ଼ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମରେ ଜୈନିକା ୧୩ ବର୍ଷର ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଭିିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ଆଠଗଡ ପୋଲିସ । ଖବରନେବରେ ଜଣାଯାଏ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାଶିପୁର ଗ୍ରାମର ଜୈନିକ ନାବାଳିକା ମିତା (ଛଦ୍ମନାମ) (୧୩) ଅଷ୍ଟମଶ୍ରେଣୀରେ ନିଜ ମାମୁଁ ମାୟାଧର ପଣ୍ଡାଙ୍କ ଘର ଆଠଗଡ ଥାନା ଅନ୍ତର୍ଗତ ତାଳବସ୍ତରେ ରହି ପଢୁଥିଲା । ଆଜି ଶନିବାର ସକାଳ ବିଦ୍ୟାଳୟ ଥିବାରୁ ବିଦ୍ୟାଳୟ ଛୁଟି ହେବାରେ ଦିନ ୧୧ ଘଟିକା ସମୟରେ ଘରକୁ ଆସିଥିଲା ଏବଂ ଘର ତଲା ପଡିଥିବାର ଦେଖି ପାଖ ପଡୋଶିଘରେ ଚାବି ଥିବା ଭାବି ଚାବି ଆଣିବାକୁ ଯିବାରେ ସେଠାରେ ଥିବା ବାଦଲ ପଣ୍ଡା(୪୦) ପିତା-ରତ୍ନାକର ପଣ୍ଡା ତାଙ୍କୁ ଅସଦାଚରଣ କରିବାରୁ ମିତା ଜୋରରେ ପାଟି କରିବାରୁ ପାଖ ପଡୋଶି ଘର ମାଇଁ ଏବଂ ମାମୁଁ ଆସି ତାକୁ ଉଦ୍ଧାର କରଥିବା ମିତା ପ୍ରକାଶ କରିଛି । ପରେ ମାମୁଁ ମାୟାଧର ଆସିବା ପରେ ଘଟଣା ସଂପର୍କରେ ବୁଝି ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତି କରି ଆଠଗଡ଼ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ବାଦଲକୁ ଗିରଫ କରିଛନ୍ତି । ଏବଂ ଉଭୟ ପୀଡ଼ିତା ଓ ଅଭିଯୁକ୍ତର ଡ଼ାକ୍ତର ମାଇନା କର ଅଭିଯୁକ୍ତ ନାମରେ ଥାନା କେଶ ନଂ-୩୦୯/୧୯ରେ ଧାରା ୩୪୧,୩୨୩,୩୫୪ ଓ ୮ପୋସ୍କୋ ଆଇନରେ ଏକ ମୋକଦ୍ଧମା ରୁଜୁ କରି କଟକସ୍ଥିତ ସ୍ୱତନ୍ତ୍ର କୋର୍ଟକୁ ଚାଲାଣ କରିଛନ୍ତି । ଆଠଗଡ଼ ଥାନା ଉପନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନ ମାମଲାର ପରିଚାଳନା କରିଥିଲେ । ଦୁଷ୍କର୍ମ କାରୀକୁ କୋଠର ଦଣ୍ଡବିଧାନ ତୁରନ୍ତ କରି ପଡିତାକୁ ନାୟ ଦେବା ସହିତ ଏକ ଉଦାହରଣ ସୃଷ୍ଟି କରିବାକୁ ସାଧାରଣରେ ଦାବୀ ହୋଇଛି ।