ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବୀରେ ବିଜେପି ମହିଳା ମୋର୍ଚ୍ଚାର ନୀରବ ଶୋଭାଯାତ୍ରା

ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବୀରେ ବିଜେପି ମହିଳା ମୋର୍ଚ୍ଚାର ନୀରବ ଶୋଭାଯାତ୍ରା

ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବୀରେ ବିଜେପି ମହିଳା ମୋର୍ଚ୍ଚାର ନୀରବ ଶୋଭାଯାତ୍ରା
ଆଠଗଡ - ଦେଶ ତଥା ରାଜ୍ୟରେ ନାରୀ ମାନଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ପଡିଛି । ସରକାରଙ୍କ କୋହଳ ନିତୀ ପାଇଁ ପ୍ରତ୍ୟକ ଦିନ ଦୁଷ୍ଟର୍ମ ଶିକାର ହେଉଛି ନାରୀ । ନିକଟରେ ଘଟିଥିବା ହାଇଦ୍ରାବାଦର ମହିଳା ଡ଼ାକ୍ତରଙ୍କ ପ୍ରତି ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟାଣାରେ ଅଭିଯୁକ୍ତଙ୍କୁ ପୋଲିସର ଯେଉଁଭଳୀ ଭାବେ ଏନକାଉଣ୍ଟର କରାଗଲା ସେହିଭଳି ଓଡ଼ିଶାରେ ଘଟିଥିବା ବେବିନା,ଇତିଶ୍ରୀ, ସ୍ମିତାରାଣୀ ଓ ନିହାରିକାଙ୍କ ପରି ପୀଡ଼ିତାମାନଙ୍କୁ ନ୍ୟାୟ ଦେବା ଦାବିରେ ଆଠଗଡ଼ ନାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ନିରବ ଶୋଭାଯାତ୍ରା ମାଧ୍ୟମରେ ସରକାରଙ୍କ ପାଖରେ ନାୟ ଦାବୀ କରିଛନ୍ତି । ଆଜିର ଏହି ନିରବ ଶୋଭାଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସମ୍ପାଦିକା ଇଲା ପଣ୍ଡା ଓ ବରିଷ୍ଠ ନେତ୍ରୀ ଆଇନଜୀବି ସ୍ୱାଗତା ପଟ୍ଟନାୟକଙ୍କ ନେତୃତ୍ୱରେ ଆଠଗଡ଼ ମହିଳା ମହାବିଦ୍ୟାଳୟ ଓ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରୀମାନେ ହାତରେ ପ୍ଲାଗ୍କାର୍ଡ ଧରି ସହର ପରିକ୍ରମା କରିଥିଲେ । ଏହି ସମୟରେ ଫ୍ଲାଗ୍ କାର୍ଡରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ମାନ ରହିବାସହିତ ପୀଡ଼ିତାଙ୍କ ପରିବାରଙ୍କୁ ନ୍ୟାୟ ଓ ନାରୀ ସୁରକ୍ଷା ପାଇଁ କଡ଼ା ଆଇନ ଆଦିର ଦାବୀ ରହିଥିଲା ।