ଦେଶରେ ଗୋଟିଏ ଦିନରେ ୧,୭୯,୭୨୩ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ଗୋଟିଏ ଦିନରେ ୧,୭୯,୭୨୩ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ଗୋଟିଏ ଦିନରେ ୧,୭୯,୭୨୩ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗଥିଲା କିନ୍ତୁ ଆଜି ପୁଣି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି  । ଆଜି ଦେଶରେ ୧ଲକ୍ଷ ୭୯ହଜାର  ୭୨୩କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୬ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୮୩ହଜାର ୯୩୬କୁ ବୃଦ୍ଧି ପାଇଛି । ମୃତୁ୍ୟ ହାର ରହିଛି ୧.୩୮ପ୍ରତିଶତ ରହିଛି । 


ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ୭ଲକ୍ଷ ପାର୍ କରିଛି । ଆଜି ଦେଶରେ କରୋନାଜନିତ ସକ୍ରିୟ ମାମଲା ରହିଛି ୭ଲକ୍ଷ ୨୩ହଜାର ୬୧୯ରହିଛି । ଆଜି କରୋନାରୁ ୧୯ହଜାର ୨୦୬ଜଣ ସୁସ୍ଥ ହୋଇଛନ୍ତି ।  ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ହେଲେଣି ୩କୋଟି ୪୩ଲକ୍ଷ ୪୧ହଜାର ୯ଜଣ । ଅନ୍ୟପଟେ କରୋନାର ମୁକାବିଲା ପାଇଁ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲିଛି ।