ଦୁବାଇ କାମ କରିବାକୁ ଯାଇଥିଲେ ମହିଳା... ମାଲିକଙ୍କ ଘର ଝରକା ଦେଇ ଡେଇଁ ପଡ଼ିଲେ

ଦୁବାଇ କାମ କରିବାକୁ ଯାଇଥିଲେ ମହିଳା... ମାଲିକଙ୍କ ଘର ଝରକା ଦେଇ ଡେଇଁ ପଡ଼ିଲେ

ଦୁବାଇ କାମ କରିବାକୁ ଯାଇଥିଲେ ମହିଳା...  ମାଲିକଙ୍କ ଘର ଝରକା ଦେଇ ଡେଇଁ ପଡ଼ିଲେ

ବେଙ୍ଗାଲୁରୁ:  ଭୋର ୪ଟାରୁ ଉଠିବାକୁ ହୁଏ। ଦିନକୁ ୨୦ ଘଣ୍ଟା କାମ କରିବାକୁ ହୁଏ। ସେଥିରେ ଥାଏ ଘର ସଫେଇ, ବଗିଚା ସଫେଇ, ଲୁଗାସଫା। ଗାଧୋଇବାକୁ ଦିଆଯାଏନି। ଖାଇବାକୁ ମଧ୍ୟ ଆବଶ୍ୟକ ଖାଦ୍ୟ ମିଳେନି। ଏପରିକି ମାସ ମାସ ଧରି ଗୋଟଏ ଲୁଗାରେ ଚଳିବାକୁ ହୁଏ। ପାଉଣା ମିଳେନି। ଫୋନ୍ ଧରିବାକୁ ଅନୁମତି ନାହିଁ। ଏମିତି ମାସ ମାସ ଧରି ନିର୍ୟାତନାର ଶିକାର ହେବା ପରେ ଆବୁଧାବିରେ ରହୁଥିବା ଜଣେ ମହିଳା ଶେଷରେ ଚାକିରି କରିଥିବା ବ୍ୟକ୍ତିଙ୍କ ଘର ଝରକାରୁ ଡେଇଁ  ୟୁଏଇରେ ଥିବା ଭାରତୀୟ ଦୂତାବାସରେ ପହଞ୍ଚିଥିଲେ। ଭିସା କି ପାସପୋର୍ଟ ନଥିବାରୁ ତାଙ୍କୁ ଭାରତ ପଠାଇବାକୁ ନେହୁରା ହୋଇଥିଲେ। ଦୂତାବାସ କର୍ମଚାରୀ ମଧ୍ୟ ତାଙ୍କଠାରୁ ସବୁ କଥା ଶୁଣିବା ପରେ ଭାରତ ପଠାଇବାର ବ୍ୟବସ୍ଥା କରିଥିଲେ। ଭାରତରେ ପହଞ୍ଚିବା ପରେ ସେ ତାଙ୍କ ଦୁଃଖା କାହାଣୀ ବଖାଣିଥିଲେ। 

ବେଙ୍ଗାଲୁରୁର ନିମିସା (ଛଦ୍ମନାମ/୨୭)। ବେଙ୍ଗାଲୁରୁର ସହରାଞ୍ଚଳରେ ରହୁଥିଲେ। ଛୋଟମୋଟ ଚାକିରି କରି ତାଙ୍କ ପରିବାର ଚଳାଉଥିଲେ। ହେଲେ କରୋନା ତାଙ୍କ ରୋଜଗାର ଛଡ଼ାଇ ନେଲା। ପରିବାର ଚଳାଇବା କଷ୍ଟକର ହେଲା। ଏପରିକି ବାପା, ମା’ଙ୍କ ଔଷଧ କିଣିବା କଷ୍ଟକର ହୋଇ ପଡ଼ିଥିଲା। ଶେଷରେ ସେ ଜଣେ ନିକଟ ସଂପର୍କୀୟଙ୍କ କଥାରେ ପଡ଼ି ୟୁଏଇ ଯାଇଥିଲେ। ମାସିକ ୩୦ ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ସେଠାରେ ଦୁବାର ଜଣଙ୍କ ଘରେ ତାଙ୍କୁ କାମ କରିବାକୁ ପଡ଼ୁଥିଲା। ଭୋର ୪ଟାରୁ ଉଠୁଥିଲେ। ଘରର ଯାବତୀୟ କାମ କରୁଥିଲେ। ହେଲେ ତାଙ୍କୁ ଆବଶ୍ୟକ ପାରିଶ୍ରମିକ କି ଖାଦ୍ୟ ମିଳୁ ନଥିଲା। ଗାଧୋଇବାକୁ ଦିଆଯାଉ ନଥିଲା। ଗୋଟିଏ ପୋଷାକରେ ମାସ ମାସ ଧରି ରହିବାକୁ ହେଉଥିଲା। ତାଙ୍କୁ ଫୋନ୍ ରଖିବାକୁ ମଧ୍ୟ ଅନୁମତି ନଥିଲା। ତାଙ୍କ ପାସପୋର୍ଟ ମଧ୍ୟ ଛଡ଼ାଇ ନିଆଯାଇଥିଲା। ହେଲେ ଘରୁ କିପରି ବାହାରିବେ ତାହାକୁ ନେଇ ଚିନ୍ତାରେ ଥିଲେ। ଜୁଲାଇ ୨୫ ତାରିଖରେ ତାଙ୍କ ଘର ମାଲିକ ଶୋଇ ପଡ଼ିବା ପରେ ରାତି ସେ ଝରକାରୁ ଡେଇଁ ଭାରତୀୟ ଦୂତାବାସରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ଦୁଃଖ କଥା କହିଥିଲେ। ଭାରତୀୟ ଦୂତାବାସ କର୍ତୃପକ୍ଷ ଭାରତ ଫେରିବାକୁ ତାଙ୍କୁ ସଂପୂର୍ଣ୍ଣ ସହାୟତା କରିଥିଲେ। ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିବା ପରେ ନିମିସାଙ୍କ ଭାଇ ତାଙ୍କୁ ନେବାକୁ ଆସିଥିଲେ। ଭାଇଙ୍କୁ ଦେଖିବା ପରେ ସେ ଭାବବିହ୍ବଳ ହୋଇ ପଡ଼ିଥିଲେ। ସେ ଯେ ଘରକୁ ଫେରିବେ ତାହା ସେ ବିଶ୍ବାସ କରି ନଥିବା କହିଛନ୍ତି।