ସେପ୍ଟେମ୍ବରରୁ ଦେଶରେ ମିଳିବ ଏହି କରୋନା ଟିକା
ସେପ୍ଟେମ୍ବରରୁ ଦେଶରେ ମିଳିବ ଏହି କରୋନା ଟିକା
ନୂଆଦିଲ୍ଲୀ: ଭାରତ ସରକାର ଜାଇଡସ କାଡିଲା ଟିକାକୁ ଦେଶରେ ଜରୁରି ବ୍ୟବହାର ପାଇଁ ଅନୁମତି ଦେଇସାରିଥିବା ବେଳେ ଏହା ଆସନ୍ତା ସେପ୍ଟେମ୍ବର ମଧ୍ୟଭାଗରୁ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଜାଇଡସର ପରିଚାଳନା ନିର୍ଦ୍ଦେଶକ ଶର୍ବିଲ ପଟେଲ କହିଛନ୍ତି, ଏହି ଟିକା ୧୨ ଓ ୧୮ ବୟସବର୍ଗର ପିଲା ଓ ବୟସ୍କଙ୍କଠାରେ ଆଣ୍ଟିବଡ଼ି ସ୍ତର ବୃଦ୍ଧି କରି ଡେଲଟା ଭାରିଆଣ୍ଟ ବିରୋଧରେ ୬୬ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଏପର୍ଯ୍ୟନ୍ତ ୨୮,୦୦୦ ସ୍ୱେଚ୍ଛାସେବୀ ୫୦ରୁ ଅଧିକ ସ୍ଥାନରେ ଏହାର ପରୀକ୍ଷଣରେ ଭାଗ ନେଇଛନ୍ତି । ସେମାନଙ୍କଠାରେ ହୋଇଥିବା ପ୍ରଥମ ଓ ଦ୍ୱିତୀୟ ପରୀକ୍ଷଣର ରିପୋର୍ଟ ଲାନସେଟ୍ ପତ୍ରିକାରେ ପ୍ରକାଶ ପାଇଛି । ୧୨ ବର୍ଷରୁ ଅଧିକ ବୟସର ପିଲା ପରୀକ୍ଷଣରେ ଭାଗ ନେଇଥିବା ବେଳେ ୧୨ ବର୍ଷରୁ କମ୍ ୧୪୦୦ ପିଲା ଏଥିରେ ଭାଗ ନେବା ପାଇଁ ଆବେଦନ କରିଥିଲେ । ସେପ୍ଟେମ୍ବର ମଧ୍ୟଭାଗରେ ଟିକାର ବାଣିଜ୍ୟିକ ପ୍ରସାର ଆରମ୍ଭ ହୋଇଯିବ ଏବଂ ଏବେ ୩୦ରୁ ୫୦ ଲକ୍ଷ ଏବଂ ଅକ୍ଟୋବରଠାରୁ ମାସିକ ଏକ କୋଟି ଡୋଜ୍ ଟିକା ଉତ୍ପାଦନ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି । ଏହା ହେଉଛି ବିଶ୍ୱର ପ୍ରଥମ ଟିକା ଯାହା ଡିଏନଏ ଟେକ୍ନୋଲୋଜିରେ ତିଆରି ଏକ ମାଇକ୍ରୋନିଡଲ ଇଞ୍ଜେକ୍ଟର ସାହାଯ୍ୟରେ ଦିଆଯିବ ।




admin 