ଜ୍ୱର ନାହିଁ, କିନ୍ତୁ ଶରୀରରେ ଉତ୍ତାପ
ଜ୍ୱର ନାହିଁ, କିନ୍ତୁ ଶରୀରରେ ଉତ୍ତାପ
ଭୁବନେଶ୍ୱର: ବର୍ଷା ଦିନେ, ଶୀତ ୠତୁରେ ପ୍ରାୟ ଅଧିକାଂଶ ମା’ଙ୍କ ଅଭିଯୋଗ ଯେ ପିଲାଙ୍କୁ ଜ୍ୱର ନାହିଁ, ହେଲେ ଶରୀର ଗରମ ରହୁଛି । କେତେ ଜଣ ଭୟଭୀତ ହୋଇ ଡାକ୍ତର ପାଖକୁ ବି ଯାଆନ୍ତି । ଏବାବଦରେ ଜଣାଶୁଣା ଶିଶୁ ବିଶେଷଜ୍ଞ ଅଞ୍ଜଳି ମାଥୁର୍ କହିଛନ୍ତି, ଏହା ଅତି ସାଧାରଣ କଥା । ହେଲେ ପ୍ରଥମଥର ମା’ ହୋଇଥିବା ମହିଳାମାନେ ଏ ବିଷୟରେ ଜାଣିନଥାନ୍ତି । ଧୀରେ ଧୀରେ ସେମାନେ ଏସବୁରେ ଅଭ୍ୟସ୍ତ ହୁଅନ୍ତି । ପିଲାଙ୍କ ଶରୀର ଉତ୍ତାପ ହେବା ପଛରେ ବିଭିନ୍ନ କାରଣମାନ ଅଛି ।
ଯେମିତିକି, ସେମାନେ ନୂଆ ପ୍ରକାରର ଖାଦ୍ୟ ଖାଇଲେ, ହଠାତ୍ ଶରୀର ଉତ୍ତାପ ବଢେ଼ । ଖାଦ୍ୟ ହଜମ ନ ହେଲେ ମଧ୍ୟ ଶରୀର ଗରମ ହୁଏ । ଶୀତରେ ପିଲା ଶୋଇଥିବା ଘରେ ଅଧିକ ସମୟ ରୁମ ହିଟର୍ ଚଲାଇଲେ ବି ଶରୀର ଗରମ ହୋଇଯାଏ । ସବୁବେଳେ ପିଲାଙ୍କୁ ଗରମ କପଡାରେ ଘୋଡ଼ାଇ ରଖିଲେ ସେମାନଙ୍କ ଶରୀର ଉତ୍ତା ହେବା । ତ୍ୱଚାକୁ ହାତ ଲାଗାଇଲେ, ଗରମ ଲାଗୁଥିବା ନବଜାତ ଶିଶୁଙ୍କୁ ଅଧିକ ସମୟ କୋଳରେ ରଖିଲେ ବି ସେମାନଙ୍କ ତ୍ୱଚା ଗରମ ହୁଏ ।