‘ଭାରତ ଯୋଡୋ ଯାତ୍ରା’କୁ ରାମାୟଣ ସହ ଯୋଡିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ
‘ଭାରତ ଯୋଡୋ ଯାତ୍ରା’କୁ ରାମାୟଣ ସହ ଯୋଡିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ
ନୂଆଦିଲ୍ଲୀ : ‘ଭାରତ ଯୋଡୋ ଯାତ୍ରା’କୁ ରାମାୟଣ ସହ ଯୋଡିଛନ୍ତି କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଖୁରସିଦ ପ୍ରଭୁ ଶ୍ରୀରାମଙ୍କ ସହ ତୁଳନା କରିଛନ୍ତି । ଖୁର୍ସିଦ କହିଛନ୍ତି, ରାହୁଲ ଗାନ୍ଧି ହେଉଛନ୍ତି, ଜଣେ ମହାନ ବ୍ୟକ୍ତି । ଆମେମାନେ ଯେତେବେଳେ ଥଣ୍ଡାରେ ଥରୁଛୁ ଏବଂ ଜ୍ୟାକେଟ ପିନ୍ଧୁଛୁ, ସେ ସମୟରେ ରାହୁଲ ଭାରତ ଯୋଡୋ ଯାତ୍ରାରେ ଟି ସାର୍ଟ ପିନ୍ଧି ବାହାରେ ବୁଲୁଛନ୍ତି । ସେ ହେଉଛନ୍ତି ଜଣେ ଯୋଗୀ । ସେ ତପସ୍ୟା କରୁଛନ୍ତି । ପ୍ରଭୁ ଶ୍ରୀରାମଙ୍କ କଠଉ ଖୁବ୍ ଶ୍ରୀଘ୍ର ସବୁଆଡେ ପହଞ୍ଚିଥିଲା । ଯେତେବେଳେ ରାମ କୌଣସି ସ୍ଥାନରେ ପହଞ୍ଚି ପାରନ୍ତିନି, ଭରତ ରାମଙ୍କ କଠଉ ନେଇ ବିଭିନ୍ନ ସ୍ଥାନରେ ପହଞ୍ଚନ୍ତି । ଠିକ୍ ସେହିପରି ଉତ୍ତରପ୍ରଦେଶରେ କଠଉ ପହଞ୍ଚିସାରିଛି । ରାମଜୀ (ରାହୁଲ ଗାନ୍ଧି) ଆସିବେ ବୋଲି ସେ କହିଛନ୍ତି । ଖୁର୍ସିଦ ରାହୁଲଙ୍କୁ ପ୍ରଭୁ ଶ୍ରୀରାମଙ୍କ ସହ ତୁଳନା କରିଥିବାରୁ ବିଜେପି ଖୁର୍ସିଦଙ୍କ ଉପରେ ପ୍ରବଳ ବର୍ଷିଛି ।
ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, କଂଗ୍ରେସ ଭୋଟ ପାଇବା ପାଇଁ ଯେକୌଣସି ପ୍ରକାର ରାଜନୀତି କରିପାରିବ । ଏହା କଂଗ୍ରେସ ଦଳର ଡିଏନଏରେ ରହିଛି । ଯଦି ସେମାନେ ଭୋଟ ଚାହୁଁଛନ୍ତି ତେବେ ସୋନେ କୌଣସି ପ୍ରକାର ରାଜନୀତି କରିପାରିବେ ଏବଂ ଏହି କାରଣ ପାଇଁ ଖୁର୍ସିଦ ରାହୁଲଙ୍କୁ ପ୍ରଭୁ ଶ୍ରୀରାମଙ୍କ ସହ ତୁଳନା କରିଛନ୍ତି ।