ନିର୍ବାଚନ ପାଇଁ କିଡନି ବିକିବାକୁ ପ୍ରସ୍ତୁତ ଅଛନ୍ତି ପ୍ରାର୍ଥୀ

ନିର୍ବାଚନ ପାଇଁ କିଡନି ବିକିବାକୁ ପ୍ରସ୍ତୁତ ଅଛନ୍ତି ପ୍ରାର୍ଥୀ

ନିର୍ବାଚନ ପାଇଁ କିଡନି ବିକିବାକୁ ପ୍ରସ୍ତୁତ ଅଛନ୍ତି ପ୍ରାର୍ଥୀ
ଗୌହାଟି: ନିର୍ବାଚନ ସମୟରେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ କୌଶଳ ଆପଣାଇଥାନ୍ତି । ନିଜ ଅଂଚଳର ବିକାଶ ପାଇଁ ପ୍ରତିଶ୍ରୁତିର ବନ୍ୟା ଛୁଟାଇଥାନ୍ତି । ତେବେ ଏମିତି ବି ଜଣେ ଶରୀରର ଅଙ୍ଗ ବି ବିକିଦେବାପାଇଁ ପ୍ରସ୍ତୁତ ଅଛନ୍ତି । ଆସାମର ମୋଦାତି ଗ୍ରାମର ସ୍ୱାଧୀନ ପ୍ରାର୍ଥୀ ସୁକୁର ଅଲି କହିଛନ୍ତି, ଯଦି ଲୋକସଭା ନିର୍ବାଚନ ପାଇଁ ପାଣ୍ଠି ଅଭାବ ହୁଏ ତେବେ ସେ ନିଜ କିଡନି ବିକିଦେବେ । ୨୬ ବର୍ଷୀୟ ସୁକୁର ପୂର୍ବରୁ ତାଙ୍କର ଏକ ଜମି ବିକି ତାଙ୍କ ଗ୍ରାମ ନିକଟସ୍ଥ ଏକ ନଦୀରେ ବାଉଁଶ ପୋଲ ନିର୍ମାଣ କରିଥିଲେ । ସେ ମଧ୍ୟ ମାଗଣାରେ ଜଣେ ନୌକାଚାଳକ ଭାବେ କାମ କରୁଥିଲେ । ସେ ମଧ୍ୟ ଏକ ନଦୀ ବାଉଁଶ ପୋଲ ନିର୍ମାଣ କରିଥିଲେ । ଅଲି ଦାବି କରିଛନ୍ତି ରାଜନେତାମାନେ କେବଳ ନିଜ ସ୍ୱାର୍ଥ ସାଧନ ପାଇଁ ରାଜନୀତି କରୁଛନ୍ତ ି । କିନ୍ତୁ ବାସ୍ତବରେ ଗରିବମାନଙ୍କୁ କୌଣସି ରାଜନେତା ସହଯୋଗର ହାତ ବଢାଉନାହାନ୍ତି । ସେ ପ୍ରକୃତରେ ଗରିବମାନଙ୍କ ପାଇଁ କାମ କରିବାକୁ ଚାହାନ୍ତି ଏବଂ ଯଦି ଦରକାର ପଡେ ସେ ତାଙ୍କ କିଡନି ମଧ୍ୟ ବିକିଦେବେ ବୋଲି କହିଛନ୍ତି ।