ପ୍ରଜ୍ଞାଙ୍କୁ ବିଜେପିରୁ ବହିଷ୍କାର କରାଯିବା ଉଚିତ: ନୀତୀଶ

ପ୍ରଜ୍ଞାଙ୍କୁ ବିଜେପିରୁ ବହିଷ୍କାର କରାଯିବା ଉଚିତ: ନୀତୀଶ

ପ୍ରଜ୍ଞାଙ୍କୁ ବିଜେପିରୁ ବହିଷ୍କାର କରାଯିବା ଉଚିତ: ନୀତୀଶ
ପାଟନା: ମହତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଦସେଙ୍କ ସମ୍ପର୍କରେ ସାଧ୍ୱୀ ପ୍ରଜ୍ଞା ଠାକୁର ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ବିଜେପିରୁ ବହିଷ୍କାର କରାଯିବା ଉଚିତ ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର କହିଛନ୍ତି । ବିଜେପିର ସହଯୋଗୀ ଥିବା ନୀତୀଶ ରବିବାର କହିଛନ୍ତି ଯେ ପ୍ରଜ୍ଞା ଠାକୁରଙ୍କୁ ବହିଷ୍କାର କରାଯିବା ସମ୍ପର୍କରେ ବିଜେପି ବିଚାର କରିବା ଦରକାର । ମାଲେଗାଓଁ ବିସ୍ଫାରଣ ଅଭିଯୁକ୍ତ ପ୍ରଜ୍ଞାଙ୍କ ମନ୍ତବ୍ୟକୁ ନିନ୍ଦା କରି ସେ କହିଛନ୍ତି ଯେ ବିଜେପି ଏହକୁ ସହ୍ୟ କରିବା ଉଚିତ ନୁହେଁ । ଗାନ୍ଧୀଙ୍କ ହତ୍ୟାକାରୀ ଗୋଦସେଙ୍କୁ ଜଣେ ଦେଶପ୍ରେମୀ ବୋଲି ପ୍ରଜ୍ଞାଠାକୁର କରିବା ପରେ ବିବାଦ ଦେଖାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କର ଏପରି ମନ୍ତବ୍ୟକୁ ନିନ୍ଦା କରିବା ସହିତ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଛନ୍ତି । ତାମିଲ ଅଭିନେତା କମଲ ହାସନ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିବା ପରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପ୍ରତିକ୍ରିୟା ଉପରେ ବିଜେପି ନେତାମାନେ ଭିନ୍ନ ଭିନ୍ନ ପ୍ରକାର ଜବାବ ରଖିଥିଲେ । ସ୍ୱାଧ୍ୱୀ ପ୍ରଜ୍ଞା ସେଥିରୁ ଅନ୍ୟତମ ଥିଲେ ।