ଜମ୍ମୁ-କଶ୍ମୀରରେ ଚାଲିଛି ଭୋଟିଂ ପ୍ରକ୍ରିୟା
ଜମ୍ମୁ-କଶ୍ମୀରରେ ଚାଲିଛି ଭୋଟିଂ ପ୍ରକ୍ରିୟା
admin
Nov 28, 2020 - 06:14
Updated: Nov 28, 2020 - 06:14
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅଞ୍ଚଳର ସମସ୍ତ ଜିଲ୍ଲା ବିକାଶ ପରିଷଦ(ଡିଡିସି)ର ଆସନ ପାଇଁ ଆଜି ଭୋଟି ହେଉଛି। ଆଜି ସକାଳ ୭ଟରୁ ଭୋଟ୍ଗ୍ରହଣ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୨ ଘଟିକା ଯାଏଁ ଅନୁଷ୍ଠିତ ହେବ । ଭୋଟିଂ ପ୍ରକ୍ରିୟା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ପର୍ୟ୍ୟାୟ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ପାଇଁ ୨,୧୪୬ ପୋଲିଂ ଷ୍ଟେସନ ତିଆରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶାନ୍ତିଶୃଙ୍ଖଳାର ସହ ଭୋଟିଂ ଜାରି ରହିଥିବା ଜଣାପଡ଼ିଛି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକାଶ୍ମୀରରେ ପାଇଁ ଉପତ୍ୟକାରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଆଜି ୪୩ଟି ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ୟ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ୟ୍ୟାୟରେ ୨୯୬ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ନଭେମ୍ବର ୨୮ରୁ ଡିସେମ୍ବର ୧୯ ମଧ୍ୟରେ ୮ଟି ପର୍ୟ୍ୟାୟରେ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟିଂ ହେବ। ଡିସେମ୍ବର ୨୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଜମ୍ମୁ-କଶ୍ମୀରରେ ମୋଟ ୨୮୦ଟି ନିର୍ବାଚନ ମଣ୍ଡଳୀ ରହିଛି। ଚଳିତ ବର୍ଷ ବିଜେପି ଓ ଗୁପକର ମେଣ୍ଟ ମଧ୍ୟରେ ଲଢ଼େଇ ହେଉଛି। ଏହି ମେଣ୍ଟରେ ଏନସି ଓ ପିଡିପି ସହ ୬ଟି ପ୍ରମୁଖ ଆଞ୍ଚଳିକ ଦଳ ରହିଛନ୍ତି।