ଚୀନଠୁ ଆଗରେ ରହିବ ଭାରତ: ଓଇସିଡି

ଚୀନଠୁ ଆଗରେ ରହିବ ଭାରତ: ଓଇସିଡି

ଚୀନଠୁ ଆଗରେ ରହିବ ଭାରତ: ଓଇସିଡି
ନୂଆଦିଲ୍ଲୀ: ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ ଏହାର ସଦ୍ୟତମ ରିପୋର୍ଟରେ ଆକଳନ କରିଛିଯେ, ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାଇ ରଖିବ । ଏହା କେବଳ ଚୀନ ଠାରୁ ଆଗରେ ରହିବ ନାହିଁ ବରଂ ଦୁଇ ଦେଶ ଭିତରେ ଅଭିବୃଦ୍ଧିକୁ ନେଇ ଯେଉଁ ଅନ୍ତର ରହିଛି ତାହା ମଧ୍ୟ ଭାରତ ବଢ଼ାଇପାରିବ । ପ୍ୟାରିସରେ ଏହି ସଂଗଠନ ଆକଳନ କରିଛି ଯେ, ଭାରତର ଅଭିବୃଦ୍ଧି ୨୦୧୯ରେ ୭.୨% ଏବଂ ୨୦୨୦ରେ ୭.୫% ରହିବ । ସେହି ସମୟରେ ୨୦୨୦ ବେଳକୁ ଚୀନ ଅଭିବୃଦ୍ଧି ୬%କୁ ଖସିଯିବ । ଭାରତ ବିଷୟରେ ଇଓସିଡି କହିଛି ଯେ, ଭାରତ ଆର୍ଥିକସ୍ଥିତି ବହୁତ ଭଲ ଥିବା ବେଳେ ରପ୍ତାନୀ ପରିମାଣ ବଢ଼ୁଛି, ସୁଧହାର କମିବାରେ ଲାଗିଛି ଏବଂ ରାଜନୈତିକତା ଅସ୍ଥିରତା ନାହିଁ । ପୁଞ୍ଜିନିବେଶରେ ମଧ୍ୟ ସେଠାରେ ବହୁତ ଭଲ ଅଭିବୃଦ୍ଧି ହେଉଛି । ତେଲ ଦର କମ ହେବା ଏବଂ ଡଲାର ତୁଳନାରେ ଟଙ୍କା ସୁଦୃଢ଼ ହେବା ଯୋଗୁ ମୁଦ୍ରାସ୍ପୀତି ହାର ମଧ୍ୟ ଭାରତରେ କମ ସ୍ତରରେ ରହିବ ବୋଲି ଏହି ସଂସ୍ଥା ଆକଳନ କରିଛି ।