କରୋନା ସଂକ୍ରମଣ ଯୋଗୁଁ ନିବେଶକ ହରାଇଲେ ୭ ଲକ୍ଷ କୋଟି

କରୋନା ସଂକ୍ରମଣ ଯୋଗୁଁ ନିବେଶକ ହରାଇଲେ ୭ ଲକ୍ଷ କୋଟି

କରୋନା ସଂକ୍ରମଣ ଯୋଗୁଁ ନିବେଶକ ହରାଇଲେ ୭ ଲକ୍ଷ କୋଟି
ମୁମ୍ବାଇ: କରୋନା ସଂକ୍ରମଣ ବଢ଼ୁଥିବାରୁ ଆଗକୁ ଅର୍ଥନୀତିରେ ଲକଡାଉନ ଭଳି କଟକଣା ନିବେଶକଙ୍କୁ ଘାରିଛି । ଏହାର ବଡ଼ ଧରଣର ପ୍ରଭାବ ଷ୍ଟକ ବଜାର ଉପରେ ପଡ଼ିଛି । ଗତ ଦୁଇ ଦିନ ଭିତରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୧୬୧୧ ପଏଣ୍ଟ ତଳକୁ ଖସି ୪୮୪୦୦ ପଏଣ୍ଟରେ ବନ୍ଦ ହୋଇଛି । ଗୁରୁବାର ସେନସେକ୍ସ ୭୪୦ ପଏଣ୍ଟ ହ୍ରାସ ପାଇଛି । ସେହିଭଳି ନିଫଟି ଗୁରୁବାର ଦିନ ୨୨୪ ପଏଶ୍ଟ ବା ୧.୫୪ ପ୍ରତିଶତ ହ୍ରାସ ଘଟି ୧୪୩୨୪ ପଏଣ୍ଟରେ ବନ୍ଦ ରହିଛି । ଷ୍ଟକ ବଜାର ତଳକୁ ଖସିବା ଦ୍ୱାରା ନିବେଶକମାନଙ୍କୁ ଗତ ଦୁଇ ଦିନରେ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ପତି ହରାଇବାକୁ ପଡ଼ିଛି । ସେନସେକ୍ସରେ ସ୍ଥାନ ପାଇଥିବା କମ୍ପାନୀ ସେୟାର ଗୁଡ଼ିକ ମଧ୍ୟରୁ ମାରୁତି ସୁଜୁକି ସର୍ବାଧିକ ୪ ପ୍ରତିଶତ ହ୍ରାସ ଘଟିଛି ।