ଗଜରାଜଙ୍କ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଗଜରାଜଙ୍କ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଗଜରାଜଙ୍କ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବଡ଼ବିଲ : ହାତୀ ଆକ୍ରମଣରେ ବୃଦ୍ଧ ମୃତ। ଚମ୍ପୁଆ ରେଞ୍ଜର ନିଶ୍ଚିନ୍ତପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ନିଶ୍ଚିନ୍ତପୁର ଗାଁର ଭୀମ ମୁଣ୍ଡା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନାନୁଯାୟୀ, ରବିବାର ବିଳମ୍ଵିତ ରାତିରେ ଭୋଜି ସାରି ନିଶ୍ଚିନ୍ତପୁର ଗାଁର ଭୀମ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଘରକୁ ଫେରୁଥିଲେ। ଏହି ସମୟରେ ଘର ନିକଟରେ ଏକ ହାତୀ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଫଳରେ ଭୀମ ମୁଣ୍ଡାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଅଞ୍ଚଳରେ ଗତ କିଛି ଦିନ ହେବ ଏକ ୨୪ ଟିକିଆ ହାତୀପଲ ଡେରା ପକାଇଛନ୍ତି।