ଦଳିଦେଲା ହାତୀ, ଚାଲିଗଲା ଜୀବନ

ଦଳିଦେଲା ହାତୀ, ଚାଲିଗଲା ଜୀବନ

ଦଳିଦେଲା ହାତୀ, ଚାଲିଗଲା ଜୀବନ

ଖୋର୍ଦ୍ଧା: ଦନ୍ତା ହାତୀ ଆକ୍ରମଣରେ  ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛି। ଆହତଙ୍କୁ  ଖୋର୍ଦ୍ଧା ସଦର ମହକୁମା ସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ସିକୋ ଅଞ୍ଚଳରେ ଘଟିଛି।
ସୂଚନା ମୁତାବକ, ରବିବାର ରାତିରେ ଦୁଇଟି ହାତୀ ରତ୍ନାକର ବେହେରାଙ୍କ ଖଳାରେ ଥିବା ଧାନ ଗଦାରୁ ଖାଉଥିଲେ।

କିଏ ଧାନ ନେଉଥିବା ସନ୍ଦେହ କରି ରାତ୍ନାକର ଓ ବନ୍ଧୁ ବରାଳଙ୍କ ସହ ବାଡି଼କୁ ଯାଇଥିଲେ। ସେଠାରେ ଦନ୍ତା ହାତୀ ଉଭୟଙ୍କୁ ଆକ୍ରମଣ କରିଥିଲା। ରତ୍ନାକରଙ୍କ ଦଳି ଦେଇଥିଲା। ଗାଁ ଲୋକ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ଖୋର୍ଦ୍ଧା ସଦର ମହକୁମା ସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ଡାକ୍ତର ରତ୍ନାକର ବେହେରାଙ୍କ ମୃତ ଘୋଷଣା କରିଥିଲେ। ସେପଟେ ଆହତ ବନ୍ଧୁ ବରାଳଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।