କୋକାକୋଲା ଇଣ୍ଡିଆର ସଭାପତି ହେଲେ ଓଡିଆ ପୁଅ ସଙ୍କେତ

କୋକାକୋଲା ଇଣ୍ଡିଆର ସଭାପତି ହେଲେ ଓଡିଆ ପୁଅ ସଙ୍କେତ

କୋକାକୋଲା ଇଣ୍ଡିଆର ସଭାପତି ହେଲେ ଓଡିଆ ପୁଅ ସଙ୍କେତ
ମୁମ୍ବାଇ : ମୃଦୁପାନୀୟ କମ୍ପାନୀ କୋକାକୋଲାର ଏକ ଗୁରୁ ଦାୟିତ୍ୱ ହାସଲ କରିଛନ୍ତି ଜଣେ ଓଡିଆ । ଓଡିଆ ପୁଅ ସଙ୍କେତ ରୟ କୋକାକୋଲା ଇଣ୍ଡିଆ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭୋପାଳ ଏନଆଇଟିରୁ ମେକାନିକାର ଇଞ୍ଜିନିୟରିଂ ଏବଂ ଏକ୍ସଆଇଏମବିରୁ ଏମବିଏ କରିଥିବା ସଙ୍କେତ ଭୁବନେଶ୍ୱରର ବାସିନ୍ଦା । ସଙ୍କେତ ଏହି ପଦବୀ ହାସଲ କରିବାରେ ପ୍ରଥମ ଓଡିଆ । କୋକାକୋଲାର ଆଇଏନଏସଡବ୍ଲ୍ୟୁଏର ଅପରେସନ ବିଭାଗ ସଙ୍କେତ ସମ୍ଭାଳିବେ । ସଙ୍କେତ ଡିଏମ ସ୍କୁଲରୁ ନିଜର ସ୍କୁଲ ପରେ ବିଜେବି କଲେଜରେ ଯୁକ୍ତ ୨ ଅଧ୍ୟୟନ କରିଥିଲେ । ପୂର୍ବରୁ କୋକାକୋଲାର ପ୍ରେସିଡେଣ୍ଟ ରହିଥିବା ଟି କ୍ରିଷ୍ଣକୁମାରଙ୍କୁ ଚେୟାରମ୍ୟାନ ଭାବରେ ପଦୋନ୍ନତି ମିଳିଥିବା ବେଳେ କ୍ରିଷ୍ଣକୁମାରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସଙ୍କେତ ।