କେମିତି କରିବେ କୋବି ଘାଣ୍ଟ

କେମିତି କରିବେ କୋବି ଘାଣ୍ଟ

କେମିତି କରିବେ କୋବି ଘାଣ୍ଟ
ଆବଶ୍ୟକୀୟ ସାମଗ୍ରୀ: କୋବି ୧୦୦ ଗ୍ରାମ, ବିଲାତି ୨ଟା, ତେଲ ୧ ଟେବୁଲ ଚାମଚ, ଆବଶ୍ୟକୀୟ ଲୁଣ ଓ ହଳଦୀ, ଅଦା ଅଳ୍ପ କଟା, ଲଙ୍କାଗୁଣ୍ଡ ଅଧ ଚା’ଚାମଚ, ଜୀରାଗୁଣ୍ଡ ୧ ଚା’ଚାମଚ, ଆଳୁ ୨ଟା, ଫୁଟଣ ୧ ଚା’ଚାମଚ, ଗୁଜୁରାତି ୨ଟା, ଧନିଆଗୁଣ୍ଡ ୧ ଟେବୁଲ ଚାମଚ, ଡାଲଚିନି ୨ ଖଣ୍ଡ । ପ୍ରସ୍ତୁତି ପ୍ରଣାଳୀ:- କୋବି ଓ ଆଳୁକୁ ମଧ୍ୟ ଆକାରରେ କାଟ । ଗୁଜୁରାତି ଡାଲଚିନି ଗୁଣ୍ଡ କର । କୋବି କଟା, ଲୁଣ ଓ ହଳଦୀ ଆଦି କରେଇରେ ପକାଇ ମିଶାଇ କରି ଘୋଡ଼ାଇ ଦିଅ । କୋବି ସିଝିଗଲେ ତାକୁ ବାହାର କରି ଦିଅ । କରେଇରେ ତେଲ ଗରମ କରି ଫୁଟଣ ଫୁଟାଅ । ସେଥିରେ ବିଲାତି କଟା, ଅଦା କଟା, ଲଙ୍କାଗୁଣ୍ଡ, ଜୀରା, ଧନିଆ ଆଦି ପକାଇ ଭାଜ । ସେଥିରେ ବନ୍ଧାକୋବି ଓ ଆଳୁ ସିଝିଗଲେ ପକାଇଦିଅ ଓ ତା’ପରେ ଗୁଜୁରାତି, ଡାଲଚିନି ଗୁଣ୍ଡ ପକାଇ ଓଲଟ ପାଲଟ କରି ଓହ୍ଲାଇ ଦିଅ ।