ଗାଜର ହାଲୁଆ

ଗାଜର ହାଲୁଆ

ଗାଜର ହାଲୁଆ
ସାମଗ୍ରୀ: - ୧ କିଲୋ ଗାଜର - ୨ କିଲୋ ଦୁଧ - ୮/୯ କାଜୁ - ୮/୯ କିସମିସ - ୫ଟା ଗୁଜୁରାତି ଗୁଣ୍ଡ - ୧ କପ ଚିନି ପ୍ରଣାଳୀ: ଗାଜରକୁ ଜାଲି କୋରଣାରେ କୋରି ରଖ । କଡାଇରେ ଦୁଧ ବସାଇ ଆଉଟିବେ । ୨ କିଲୋ ଦୁଧ ଯେତେବେଳେ ଅଧ କିଲୋ ହୋଇଯିବ ସେତେବେଳେ ଗାଜର କୋରା ସେ ଦୁଧରେ ପକାଇବେ । ମଝିରେ ମଝିରେ ଘାଂଟି ଦେଇଥିବେ ଗାଜର ସିଝି ଦୁଧ ସିଝିଯିବ । ପରେ କଡାଇକୁ ଛାଡି ନଦେଇ ସେଥିରେ ଚିନି ଦେଇ ଘାଂଟିବେ । ଭଜା କାଜୁ ଓ କିସମିସ ଦେବେ । ଏହା ଶୁଖିଲା ଶୁଖିଲା ଦେଇ ଆସିଲେ ସେଥିରେ ଗୁଜୁରାତି ଗୁଣ୍ଡ ଓ ଭଲ ଘିଅ ୧ ଚା ଚାମଚ ଦେଇ ଗୋଳାଇ ରଖିବେ । କାଟିବାକୁ ଚାହିଁଲେ ଥାଳିରେ ତେଲ ମାରି ଏହା ରଖି କାଟି ପାରନ୍ତି କିମ୍ବା ଏମିତି ନକାଟି ଖାଇ ପାରିବେ ।