ପ୍ଲାଷ୍ଟିକ ଆବର୍ଜନାରେ ରାସ୍ତା ନିର୍ମାଣ

ପ୍ଲାଷ୍ଟିକ ଆବର୍ଜନାରେ ରାସ୍ତା ନିର୍ମାଣ

ପ୍ଲାଷ୍ଟିକ ଆବର୍ଜନାରେ ରାସ୍ତା ନିର୍ମାଣ
କେରଳର ବିଭିନ୍ନ ଅଂଚଳରେ ସରକାର ଏବଂ ସର୍ବସାଧାରଣଙ୍କର ମିଳିତ ଉଦ୍ୟମରେ ୨୪୬ କିଲୋମିଟର ଲମ୍ବର ରାସ୍ତା ନିର୍ମିତ ହୋଇଯାଇଛି । ଏହି ରାସ୍ତାର ମୁଖ୍ୟ ବିଶେଷତ୍ୱ ହେଉଛି, ଏଥିରେ ବ୍ୟବହାର କରାଯାଇଛି ୯୭୦୦ ଟନ ପ୍ଲାଷ୍ଟିକ ଆବର୍ଜନା । ମୁଖ୍ୟତଃ ସେହି ଆବର୍ଜନାର ଯାହାକୁ ପୁନଃ ବ୍ୟବହାର କରାଯାଇ ପାରିବ ନାହିଁ । ପରିବେଶ ଅନୁକୂଳ ଏହି କାର୍ଯ୍ୟରେ ବିଭିନ୍ନ ସ୍ୱୟଂସେବିକା ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିବା ପ୍ରକାଶ । ସଦସ୍ୟା ମହିଳା ମାନେ ହିଁ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରିବା ଏବଂ ତାହାକୁ ଯନ୍ତ୍ରରେ କାଟି ଖଣ୍ଡ ଖଣ୍ଡ କରିବା ତଥା ଗୁଣ୍ଡ କରିବା କାର୍ଯ୍ୟରେ ନିୟୋଜିତ । ଏଥି ପାଇଁ ସେମାନେ ଏପରିକି ଘର ଘର ବୁଲୁଛନ୍ତି । ବିଭିନ୍ନ ପଂଚାୟତରେ ଏହି କାର୍ଯ୍ୟ ପାଇଁ ପ୍ଲାଷ୍ଟିକ ସ୍ରେଡିଂ ମେସିନ ବସାଯାଇଛି । ଗୋଟିଏ ଗୋଟିଏ ମେସିନରେ ଦୈନିକ ପାଂଚ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ପ୍ଲାଷ୍ଟିକ ଖଣ୍ଡ ଖଣ୍ଡ କରାଯାଉଛି । ଏଭଳି ସଡକକୁ କୁହାଯାଉଛି ପଲିମରାଇଜଡ ରୋଡ । ଏର୍ଣ୍ଣାକୁଲମର ରାଜଗିରି କଲେଜ ହତାରେ ରାଜ୍ୟରେ ପ୍ରଥମ ଥର ପାଇଁ ପଲିମରାଇଜଡ ରୋଡ ତିଆରି କରାଯାଇଥିଲା । ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ ଆବର୍ଜନା ବ୍ୟବହାର ଦ୍ୱାରା ରାସ୍ତାର ମାନର କୌଣସି କ୍ଷତି ହେଉନଥିବା ପ୍ରକାଶ ।