ପଦୂଷଣମୁକ୍ତ ନଡିଆ

ପଦୂଷଣମୁକ୍ତ ନଡିଆ

ପଦୂଷଣମୁକ୍ତ ନଡିଆ
ପାଖାପାଖି ୧୦ ହଜାର ବର୍ଷ ତଳେ ପ୍ରଶାନ୍ତ ମହାସାଗରସ୍ଥ ସୂକ୍ଷ୍ମ ଦ୍ୱୀପସମୂହରୁ ବହୁସଂଖ୍ୟାରେ ଶ୍ରୀଫଳ ( ନଡିଆ) ଭାସି ଆସି ଭାରତର ତଟବର୍ତୀ ଅଂଚଳରେ ପହଂଚିଥିଲା । ପରବର୍ତୀ ସମୟରେ ଶ୍ରୀଫଳକୁ ଭାରତର ଫଳ ବୋଲି ପୂରା ବିଶ୍ୱସ୍ତରରେ ପରିଚୟ ମିଳିଥିଲା । ପ୍ରମୁଖ ପ୍ରାନ୍ତର ନଡିଆର ସ୍ୱାଦ ତୁଳନାରେ ଭାରତୀୟ ନଡିଆର ସ୍ୱାଦ ସବୁଠୁ ବୋଲି ବିଭିନ୍ନ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି । ଦେହ ପାଇଁ ହିିତକର ଏଇ ନଡିଆର ଆଦର ଦକ୍ଷିଣ ଭାରତୀୟ ଅଂଚଳରେ ସର୍ବାଧିକ । ଭାରତର ମହାନଗରୀଗୁଡିକର ରୋସ୍ତୋରାଁରେ ମୃଦୁପାନୀୟଗୁଡିକ ଭଳି କିଭଳି ନାମରେ ଓ ବହୁ ମୂଲ୍ୟରେ ବିକ୍ରି ହେଉଥିବାବେଳେ ସେ ତାଲିକାରେ କିନ୍ତୁ ଶ୍ରୀଫଳ ନାହିଁ । ଶୁଭ ଫଳ ଭବେ ଜଣାଯାଉଥିବା ଶ୍ରୀଫଳ ନଡିଆର ଉପଯୋଗ ୨୫% ଭାରତୀୟ ନିୟମିତ ଭାବେ କରୁଥିବାର ପ୍ରକାଶ । ଔଷଧୀୟ ଗୁଣରେ ଭରପୂର ନଡିଆ ନିୟମିତ ଖାଇଲେ କୌଣସି ରୋଗ ହୋଇନଥାଏ ବୋଲି ବିଶେଷଜ୍ଞଙ୍କ ପରୀକ୍ଷାରୁ ପ୍ରମାଣିତ ହୋଇଛି । ମୃଦୁପାନୀୟ ଗ୍ରୀଷ୍ମରେ ଥକ୍କା ମେଂଟାଇଇଥାଏ ବୋଲି ଭଳିକିଭଳି ବିଜ୍ଞାପନ ପ୍ରସାରିତ ହେଉଥିବାବେଳେ ଶୁଦ୍ଧ ଖାଦ୍ୟ ଭାବେ ପରିଗଣିତ ହେଉଥିବା ନଡିଆର ପ୍ରଚାର କେଉଁଠି ହେଲେ ଦେଖାଯାଇନଥାଏ । ଆଜିକାଲି ର ପିତାମାତା ନିଜ ପିଲାଙ୍କ ଉତମ ସ୍ୱାସ୍ଥ୍ୟ ନିମନ୍ତେ ଦାମୀ ହେଲଥ ଡି୍ରଙ୍କ ଦେଇଥିବାବେଳେ ନଡିଆ ପାଣିକୁ ଅପେକ୍ଷା କରୁଛନ୍ତି । ନଡିଆ ଓ ପଇଡ ପାଣି ସ୍ମୃତିଶକ୍ତି ବର୍ଦ୍ଧକ ପାନୀୟ ଅଟେ । ବର୍ଷର ପ୍ରତି ଋତୁରେ ପର୍ଯ୍ୟାପ୍ତ ପରିମାଣରେ ଆମ ଦେଶରେ ନଡିଆ ଉପଲବ୍ଧ ହୋଇଥାଏ । ଏଣୁ ନିଜ ଉତମ ସ୍ୱାସ୍ଥ୍ୟ ନିମନ୍ତେ ଚିନ୍ତା କରି ନଡିଆ ପାଣି ପିଇବାର ଶୁଭାରମ୍ଭ କରୁନ୍ତୁ ।