ଓଜନ କମାଇବ ଅଦା

ଓଜନ କମାଇବ ଅଦା

ଓଜନ କମାଇବ ଅଦା
ଦୈନନ୍ଦିନ ଜୀବନ ଶୈଳୀରେ ୧ କପ୍‍ ଅଦାମିଶ୍ରିତ ପାଣି ବା ଚା’କୁ ସାମିଲ କରନ୍ତୁ, କାରଣ ଓଜନ ହ୍ରାସ କରିବାରେ ଏହା ଖୁବ୍‍ ଗୁରୁତ୍ୱପୂର୍ଣ୍ଣ ବୋଲି ଗବେଷକମାନେ କହିଛନ୍ତି । କଡ଼ା ସ୍ୱାଦଯୁକ୍ତ ଅଦା ଭାରତୀୟଙ୍କ ରୋଷେଇଶାଳର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଭାବେ ପରିଚିତ । ଥଣ୍ଡାଠୁ ଆରମ୍ଭ କରି ବଦହଜମି ଆଦି ଚିକିତ୍ସାରେ ଏହାକୁ ଔଷଧ ଭାବେ ବ୍ୟବହାର କରାଯାଏ । ଏକାଧିକ ସ୍ୱାସ୍ଥ୍ୟ ହିତକର ଗୁଣରେ ଏହା ପରିପୂର୍ଣ୍ଣ । ମସଲାରେ ବ୍ୟବହୃତ ଏହି ଚମକ୍ରାରୀ ଉପôାଦ ଅତିରିକ୍ତ ଓଜନ ହ୍ରାସ କରାଇବାରେ ସକ୍ଷମ । ଅଦାରେ ଥିବା ଦୁଇ ଯୌଗିକ ଶୋଗାଓଲସ ଓ ଜିଞ୍ଜରୋଲ୍ସ ଜୈବିକ କାର୍ଯ୍ୟକଳାପକୁ ଉତ୍ତେଜିତ କରେ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ପ୍ରବାହଠୁ ଦୂରରେ ରଖେ । ନିକଟରେ ଏକ ଅଧ୍ୟୟନ ପୁରୁଷଙ୍କ କ୍ଷୁଧା ଓ ପୃଥୁଳତା ଆଶଙ୍କାହ୍ରାସ କ୍ଷେତ୍ରରେ ଅଦାରେ ପ୍ରସ୍ତୁତ ଗରମ ପାନୀୟର ପ୍ରଭାବ ସମ୍ପର୍କରେ ଆକଳନ କରିଛି । ଅଧ୍ୟୟନ ଅନୁସାରେ ଅଦା ଖାଇବା ଦ୍ୱାରା କ୍ଷୁଧା ଲାଳସା ହ୍ରାସ ପାଏ । ତେଣୁ ଓଜନ ନିୟନ୍ତ୍ରଣରେ ରଖିବା ଦିଗରେ ଏହା ପ୍ରଭାବ ଶାଳୀ ଭୂମିକା ନିର୍ବାହ କରେ । ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖେ । ଓଜନରେ ସନ୍ତୁଳନ ରକ୍ଷା କରିବାକୁ ହେଲେ ହଜମ ପ୍ରକି୍ରୟାକୁ ସୁସ୍ଥ ରଖିବା ଜରୁରୀ । ତେଣୁ ସକାଳେ ଖାଲି ପେଟରେ ଅଦାଯୁକ୍ତ ପାନୀୟ ପିଇବା ଦ୍ୱାରା ହଜମ ପ୍ରକି୍ରୟା ଠିକ୍‍ ରହେ ।