ଆଜିଠୁ ଅଫଲାଇନ୍ ଟିକଟ୍ ବିକ୍ରି, ବାରବାଟୀ ଦିନିକିଆ ଆଉ ୫ ଦିନ

ଆଜିଠୁ ଅଫଲାଇନ୍ ଟିକଟ୍ ବିକ୍ରି, ବାରବାଟୀ ଦିନିକିଆ ଆଉ ୫ ଦିନ

ଆଜିଠୁ ଅଫଲାଇନ୍ ଟିକଟ୍ ବିକ୍ରି, ବାରବାଟୀ ଦିନିକିଆ ଆଉ ୫ ଦିନ
କଟକ - ଆସନ୍ତା ୨୨ ତାରିଖରେ ଭାରତ ଓ ୱେଷ୍ଟ୍ଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁଥିବା ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ପାଇଁ ଆଜିଠାରୁ ଅଫଲାଇନ୍ ଟିକଟ୍ ବିକ୍ରି ଆରମ୍ଭ ହେବ । ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ, କ୍ଲବ୍ ଇତ୍ୟାଦିଗୁଡ଼ିକୁ ଟିକଟ୍ ବିକ୍ରି କରାଯିବ । ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଟିକଟ୍ ବିକ୍ରି ଚାଲିବ । ଏମାନଙ୍କ ପାଇଁ ୮,୯୪୬ ଟିକଟ୍ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି । ଏଠାରୁ ଯେଉଁ ଟିକଟ୍ ବଳିଯିବ ତାହା କାଉଣ୍ଟର୍ ବିକ୍ରି ପାଇଁ ଚାଲିଯିବ । ୧୯ ଓ ୨୦ ତାରିଖରେ ୧୨ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ୍ ବିକ୍ରି ହେବ । ଟିକଟ୍ ବିକ୍ରି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ କେବଳ ଟିକଟ୍ କିଣିବାକୁ ଯାଉଥିବା ବ୍ୟକ୍ତିଙ୍କୁ ହଲ୍ ଭିତରକୁ ଛଡ଼ାଯିବ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଅନ୍ଲାଇନରେ ୮,୧୫୦ ଟିକଟ୍ ବିକ୍ରି ହୋଇସାରିଛି । କାଉଣ୍ଟରରେ ବିକ୍ରି ପାଇଁ ୧୦,୦୫୦ ଟିକଟ୍ ରଖାଯାଇଛି ।