କରୋନାର ଅସମ୍ଭାଳ ଦ୍ୱିତୀୟ ଲହର ବେଳେ କଳାବଜାରରେ ଏନ ୯୫ ମାସ୍କ

କରୋନାର ଅସମ୍ଭାଳ ଦ୍ୱିତୀୟ ଲହର ବେଳେ କଳାବଜାରରେ ଏନ ୯୫ ମାସ୍କ

କରୋନାର ଅସମ୍ଭାଳ ଦ୍ୱିତୀୟ ଲହର ବେଳେ କଳାବଜାରରେ ଏନ ୯୫ ମାସ୍କ
ଭୁବନେଶ୍ୱର: କରୋନାର ଅସମ୍ଭାଳ ଦ୍ୱିତୀୟ ଲହର ବେଳେ ଏନ-୯୫ ମାସ୍କ ର ଚାହିଦା ହଠାତ ବଢ଼ି ଯାଇଛି । ତେଣୁ ଏହି ମଉକାରେ ଅସାଧୁ ବେପାରୀମାନେ କଳାବଜାର କରିବା ଆରମ୍ଭ କରି ଦେଇଛନ୍ତି । ରାଜ୍ୟର ବହୁ ସ୍ଥାନରେ ଏବେ ଏହି ମାସ୍କ ଦର ୨ ଶହ ଟଙ୍କାରୁ ଅଧିକ ହୋଇଯାଇଥିବା ବେଳେ ବହୁ ସ୍ଥାନରେ ମିଳୁନାହିଁ । ବାଲେଶ୍ୱର, ଭଦ୍ରକ, ସମ୍ବଲପୁର ଆଦି ଜିଲ୍ଲାରେ ଏହି ମାସ୍କ ୨୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ି ଯାଇଥିବା ଜଣାପଡ଼ିଛି । କିଛି ଦିନ ତଳେ ଏହି ମାସ୍କ ମାତ୍ର ୪୦ ଟଙ୍କାରୁ ୫୦ ଟଙ୍କା ମଧ୍ୟରେ ବିକି୍ର ହେଉଥିଲା । କିନ୍ତୁ ମାର୍ଚ୍ଚ ଆରମ୍ଭରୁ ଏହି ଏନ-୯୫ ମାସ୍କ ବଜାରରେ ୧୦୦ ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଥିଲା । ସେହିଭଳି ଦୁଇ ସ୍ତର ବିଶିଷ୍ଟ ଏନ ୯୫ ମାସ୍କ ପୂର୍ବରୁ ୧୦୦ ଟଙ୍କାରେ ବିକି୍ର ହେଉଥିଲା । ବର୍ତ୍ତମାନ ଏହା ୧୮୦ ରୁ ୨୫୦ ଟଙ୍କା ଦରରେ ବିକି୍ର କରାଯାଉଛି । ସୂଚନା ଅନୁସାରେ ଏନ ୯୫ ମାସ୍କର କିଣା ମୂଲ୍ୟ ୨୮ ଟଙ୍କାରୁ ୩୦ ଟଙ୍କା ରହିଛି । ଏବେ ଦୋକାନୀମାନେ ତାକୁ ୩ ଗୁଣା ବର୍ଦ୍ଧିତ ଦରରେ ବିକି୍ର କରୁଛନ୍ତି ।