କୃଷି ଆଇନ୍ ପ୍ରତ୍ୟାହାର ନେଇ ଅସନ୍ତୋଷ ପ୍ରକାଶ କଲେ କଙ୍ଗନା, କହିଲେ ଏମିତି କଥା
କୃଷି ଆଇନ୍ ପ୍ରତ୍ୟାହାର ନେଇ ଅସନ୍ତୋଷ ପ୍ରକାଶ କଲେ କଙ୍ଗନା, କହିଲେ ଏମିତି କଥା
ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦି ୩ କୃଷି ଆଇନ୍କୁ ପ୍ରତ୍ୟାହାର କରି ନେଇଛନ୍ତି। କୃଷି ଆଇନ୍ ପ୍ରତ୍ୟାହାର ହେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କଙ୍ଗନା ରଣାୱତ। ସ୍ୱାଧୀନତା ଏବଂ ଗାନ୍ଧିଜୀଙ୍କୁ ନେଇ ବିବାଦୀୟ ମତ ଦେଇଥିବା କଙ୍ଗନା, ଏବେ ମୋଦି ସରକାରଙ୍କ ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି।
ଅଧିକାଂଶ ସେଲେବ୍ରିଟି ମୋଦିଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ କଙ୍ଗନା କିନ୍ତୁ କରିଛନ୍ତି ବିରୋଧ। ସେ ମୋଦି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଏହା ଦୁଃଖଦାୟକ ଏବଂ ଲଜ୍ଜାଜନକ ଓ ଭୁଲ୍ ନିଷ୍ପତ୍ତି। ଯଦି ସଂସଦରେ ବସୁଥିବା ସରକାରଙ୍କ ବଦଳରେ ରାସ୍ତାରେ ବହୁଥିବା ଲୋକେ ଆଇନ୍ ପ୍ରଣୟନ କରିବା ଆରମ୍ଭ କରନ୍ତି ତେବେ ଏହା ମଧ୍ୟ ଏକ ଜିହାଦୀ ଦେଶ। ଯେଉଁମାନେ ଏହା କରନ୍ତି ସେମାନଙ୍କୁ ମୋର ଅଭିନନ୍ଦନ।’
ସୂଚନା ମୁତାବକ, ନିକଟରେ କଙ୍ଗନା ରଣାୱତ ୧୯୪୭ରେ ଦେଶକୁ ମିଳିଥିବା ସ୍ୱାଧୀନତାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ ଏହାକୁ ଭିକ ବୋଲି କହିଥିଲେ। ସେ ଗାନ୍ଧିଜୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଚାପୁଡା ପାଇଁ ଗାଲ ଦେଖାଇଲେ ସ୍ୱାଧୀନତା ନୁହେଁ ଭିକ ମିଳେ ବୋଲି ସେ କହିଛନ୍ତି। ଏହାକୁ ନେଇ ବିବାଦ ଜାରି ରହିଛି। ବିଭିନ୍ନ ରାଜନୈତିକ ମହଲକୁ ତାଙ୍କୁ ତୀବ୍ର ବିରୋଧ କରାଯାଉଛି। ଏହାରି ଭିତରେ କଙ୍ଗନାଙ୍କ ପୁଣି ଥରେ କୃଷି ଆଇନ୍ ପ୍ରତ୍ୟାହାରକୁ ନେଇ ଏଭଳି ବିବାଦୀୟ ବୟାନ ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।




admin 