କ୍ରିକେଟ୍କୁ ଡିଭିଲିୟର୍ସଙ୍କ ଅଲ୍ବିଦା, ଆଇପିଏଲ୍ ବି ଖେଳିବେନି
କ୍ରିକେଟ୍କୁ ଡିଭିଲିୟର୍ସଙ୍କ ଅଲ୍ବିଦା, ଆଇପିଏଲ୍ ବି ଖେଳିବେନି
ଡର୍ବାନ: କ୍ରିକେଟର ସବୁ ପ୍ରକାରର ଫର୍ମାଟକୁ ଅଲବିଦା କହିଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟର ଏବି ଡିଭିଲୟର୍ସ। ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଆଇପିଏଲ ସହ ଅନ୍ୟ ସବୁ ପ୍ରକାରର ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ। ଆଜି ସେ ଟ୍ୱିଟ ଯୋଗେ କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି। ୨୦୨୨ ଠାରୁ ଡିଭିଲିୟର୍ସଙ୍କୁ ଆଉ ଆଇପିଏଲରେ ବି ଦେଖିବାକୁ ମିଳିବନି।
୩୭ ବର୍ଷୀୟ ଏବି ଡିଭିଲୟର୍ସ ଦୀର୍ଘ ୧୭ ବର୍ଷ ହେଲା କ୍ରିକେଟ ଖେଳି ଆସୁଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଏବି ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ଟି-୨୦ ଖେଳିଛନ୍ତି। ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ଏହି ଦୀର୍ଘ ଦିନର ଯାତ୍ରା ମଧ୍ୟରେ ମୋ ସହ ରହିଥିବା ସବୁ ଖେଳାଳି, ସଦସ୍ୟ ଓ କୋଚମାନଙ୍କୁ ଧନ୍ୟବାଦ ଜଣାଉଛି।
ମୁଁ କ୍ରିକେଟକୁ ଉପଭୋଗ କରିଥିଲି। କିନ୍ତୁ ଏବେ ୩୭ ବର୍ଷ ବୟସରେ ମୋ ଶରୀରରେ ମୋତେ ସେତେଟା ଭଲ କରିବାକୁ ଅନୁମତି ଦେଉନି। ମୁଁ ଭଲ ଭାବେ ଜାଣିଛି ଯେ ମୋ ପରିବାର, ମୋ ଭାଇ, ମୋ ପତ୍ନୀ ଡାନିଲେ ଓ ମୋ ପିଲାଙ୍କ ତ୍ୟାଗ ବିନା ଏହା କେବେ ହେଲେ ସଫଳ ହୋଇ ନଥା’ନ୍ତା।
ଆମ ଜୀବନର ନୂଆ ଅଧ୍ୟାୟରେ ମୁଁ ସେମାନଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବି। କ୍ରିକେଟ ସବୁବେଳେ ମୋ ସହ ରହିଛି। ଆରସିବି ସବୁବେଳେ ମୋର ଓ ପରିବାରର ଅତ୍ୟନ୍ତ ଘନିଷ୍ଠ। ଆରସିବି ସହ ମୋର ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି। ଏହି ଟିମକୁ ଆମେ ସବୁବେଳେ ସମର୍ଥନ କରିବୁ। ମୁଁ ସବୁବେଳେ ଆରସିବିଆନ ହୋଇ ରହିବି।”
ଏବି ଡିଭିଲୟର୍ସ ଆରିସିବି ପାଇଁ ୧୪୯ଟି ମ୍ୟାଚ୍ ଖେଳି ୪,୪୯୧ ରନ କରିଛନ୍ତି। ସେ ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବାଧିକ ରନ କରିଥିବା ଖେଳାଳି।




admin 