ଶ୍ରୀଲଙ୍କାରେ ମୋଦିଙ୍କ ଉଦବୋଧନ

ଶ୍ରୀଲଙ୍କାରେ ମୋଦିଙ୍କ ଉଦବୋଧନ

ଶ୍ରୀଲଙ୍କାରେ ମୋଦିଙ୍କ ଉଦବୋଧନ
ନୂଆଦିଳ୍ଲୀ: ଆସନ୍ତାକାଲି ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ରହିଛନ୍ତି । ମାଳଦ୍ୱୀପ ଗସ୍ତ ଶେଷ କରି ଆଜି ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି । ଶ୍ରୀଲଙ୍କା ଗସ୍ତ ଅବସରରେ ରାଜଧାନୀ କଲମ୍ବୋରେ ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ଦେଇଛନ୍ତି । ମୋଦି କହିଛନ୍ତି ଭାରତର ଗୌରବ ବୃଦ୍ଧିରେ ଶ୍ରୀଲଙ୍କାବାସୀଙ୍କ ଯୋଗଦାନ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତ ବିକାଶ କ୍ଷେତ୍ରରେ ଆଗକୁ ବଢିଛି ଏଥିରେ ସମସ୍ତେ ସାମିଲ ହେବା ଦରକାର । ବିଶ୍ୱ ସମୁଦାୟରେ ଭାରତର ସ୍ୱତନ୍ତ୍ର ପରିଚୟ ବଜାୟ ରହିଛି । ଭାରତର ଆଶାତୀତ ପରିବର୍ତନ ଉପରେ ବିଶ୍ୱବାସୀଙ୍କ ନଜର କେନ୍ଦ୍ରୀଭୂତ ହୋଇ ରହିଛି । ଶ୍ରୀଲଙ୍କା ସହ ଭାରତର ପାରମ୍ପରିକ ବନ୍ଧୁତ୍ୱ ସର୍ବଦା ବଳବତର ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।