କରୋନା ମହାମାରୀ ହଟାଇବା ଲାଗି ୫୦୦୦ କୋଟି ଡଲାର ମୂଲ୍ୟରେ ଏକ ଯୋଜନା ପ୍ରସ୍ତୁତ କରୁଛି ଆଇଏମଏଫ

କରୋନା ମହାମାରୀ ହଟାଇବା ଲାଗି ୫୦୦୦ କୋଟି ଡଲାର ମୂଲ୍ୟରେ ଏକ ଯୋଜନା ପ୍ରସ୍ତୁତ କରୁଛି ଆଇଏମଏଫ

କରୋନା ମହାମାରୀ ହଟାଇବା ଲାଗି  ୫୦୦୦ କୋଟି ଡଲାର ମୂଲ୍ୟରେ ଏକ ଯୋଜନା ପ୍ରସ୍ତୁତ କରୁଛି ଆଇଏମଏଫ
ମୁମ୍ବାଇ : ସମଗ୍ର ବିଶ୍ୱରୁ କୋଭିଡ୍ ମହାମାରୀକୁ ସବୁଦିନ ପାଇଁ ହଟାଇବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଏକ ଯୋଜନା ପ୍ରସ୍ତୁତ କରିଛି । ପ୍ରାୟ ୫୦୦୦ କୋଟି ଡଲାର ମୂଲ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏହି ପାଣ୍ଠିକୁ ବ୍ୟବହାର କରି ୨୦୨୧ ଶେଷ ସୁଦ୍ଧା ବିଶ୍ୱର ୪୦% ଓ ୨୦୨୨ ପ୍ରଥମାର୍ଦ୍ଧ ସୁଦ୍ଧା ୬୦ ପ୍ରତିଶତ ଲୋକଙ୍କ ଟିକାକରଣ କରିବା ଯୋଜନା ରହିଛି । ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଓ ଷ୍ଟାଫ ଅର୍ଥନୀତିଜ୍ଞ ରୁଚିର ଅଗ୍ରୱାଲ ଏହି ପ୍ରସ୍ତାବର ଚିଠା ପ୍ରସ୍ତୁତ କରିଛନ୍ତି । ଯୋଜନା ଅନୁସାରେ ସମଗ୍ର ବିଶ୍ୱରୁ କରୋନା ମହାମାରୀକୁ ସବୁ ଦିନ ପାଇଁ ହଟାଇବା ଲାଗି ଯେଉଁ ୫୦୦୦ କୋଟି ଡଲାର ଦରକାର ସେଥି ମଧ୍ୟରୁ ୩୫୦୦ କୋଟି ଡଲାର ଧନୀ ରାଷ୍ଟ୍ର, ଘରୋଇ କ୍ଷେତ୍ର ଓ ବହୁଦେଶୀୟ ଦାତବ୍ୟ ଅନୁଷ୍ଠାନଗୁଡ଼ିକ ଠାରୁ ସଂଗ୍ରହ କରାଯିବ । ବଳକା ୧୫୦୦ କୋଟି ଡଲାର ବିିଭିନ୍ନ ଦେଶ ବିଭିନ୍ନ ଡେଭେଲପମେଣ୍ଟ ବ୍ୟାଙ୍କ ଠାରୁ କମ ସୁଧରେ ଋଣ ଆଣି ପ୍ରଦାନ କରିବେ ବୋଲି ଆଇଏମଏଫ କହିଛି ।