ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ରାହୁଲ

ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ରାହୁଲ

ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ରାହୁଲ
ନୂଆଦିଲ୍ଲ: ସଭାସମିତି ହେଉ ବା ସାମ୍ବାଦିକ ସମ୍ମିଳନୀ । ସବୁ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧରେ ବିଷ ଓଗାଳୁଥିବା ରାହୁଲ ଗାନ୍ଧୀ ମୋଦିଙ୍କ ସପକ୍ଷରେ ବାହାରିଛନ୍ତି । କାନକୁ ଖଟକା ଲାଗୁଥିଲେ ମଧ୍ୟ କଥାଟା ସତ । ଜମ୍ମୁକାଶ୍ମୀରକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଘାଟିରୁ ଧାରା ୩୭୦ ଉଛେଦ କରାଯିବା ପରେ ମୋଦି ପ୍ରଥମ ଥର ପାଇଁ ସେ ମୋଦି ସରକାରଙ୍କ ସପକ୍ଷରେ ବାହାରିଛନ୍ତି । ରାହୁଲ ଟୁଇଟ୍ କହିଛନ୍ତି, ଜାମ୍ମୁକାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା । ସରକାରଙ୍କ କେତେକ ନିଷ୍ପତିକୁ ନେଇ ତାଙ୍କର କେତେକ ଅସହମତି ରହିଛି । ହେଲେ ଭାରତର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନ ସମେତ ଅନ୍ୟ ରାଷ୍ଟ୍ରର ଦଖଲ ଦେବାର ନାହିଁ ଅଧିକାର ନାହିଁ । ଦଖଲ ଦେଲେ ଏହାକୁ ବରଦାସ୍ତ କରାଯିବନି । ଏହା ସହିତ ଜାମ୍ମୁକାଶ୍ମୀରର ହେଉଥିବା ହିଂସା ପାଇଁ ପାକିସ୍ତାନକୁ ଦାୟୀ କରିଛନ୍ତି ରାହୁଲ । କହିଛନ୍ତି ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରୋତ୍ସାହନ ଦେଉଥିବାରୁ ଜମ୍ମୁକାଶ୍ମୀରରେ ହିଂସା ଲାଗି ରହିଛି । ବିଶ୍ୱରେ ପାକିସ୍ତାନ ଆତଙ୍କବାଦୀଙ୍କ ମୂଳ ପ୍ରୋତ୍ସାହନକାରୀ ବୋଲି କହିଛନ୍ତି ରାହୁଲ । ସୂଚନାଯୋଗ୍ୟ ସୀମାରେ ଲଗାତାର ଅସ୍ତବିରତି ଉଲ୍ଲଂଘନ କରୁଛି । କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ ବିଳିବିଳଉଛି ପାକିସ୍ତାନ । ଶତ୍ରୁ ଦେଶ ଲଗାତାରେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି । ଗତ୧୭ ଅଗଷ୍ଟରେ ପୁଂଛ ରଜୌରୀ ସେକ୍ଟରରେ ଲଗାତାର ଗୁଳିବର୍ଷାରେ ତିନି ଜଣ ଯବାନ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ।