ନିର୍ବାଚନ ଲଢ଼ିପାରିବେ ଅଯୋଗ୍ୟ ବିଧାୟକ:ସୁପ୍ରିମକୋର୍ଟ

ନିର୍ବାଚନ ଲଢ଼ିପାରିବେ ଅଯୋଗ୍ୟ ବିଧାୟକ:ସୁପ୍ରିମକୋର୍ଟ

ନିର୍ବାଚନ ଲଢ଼ିପାରିବେ ଅଯୋଗ୍ୟ ବିଧାୟକ:ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ୧୭ ବିଧାୟକଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ସାମାନ୍ୟ ଅଶ୍ଵସ୍ତି ମିଳିଛି। ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଠିକ୍‌ ବୋଲି ଦର୍ଶାଇଛନ୍ତି। ଅର୍ଥାତ କଂଗ୍ରେସ ଏବଂ ଜେଡିଏସର ୧୭ ବିଧାୟକ ଅଯୋଗ୍ୟ ପ୍ରମାଣିତ ହୋଇଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ବିଧାୟକମାନଙ୍କୁ କିଛିଟା ଅଶ୍ଵସ୍ତି ପ୍ରଦାନ କରିଛନ୍ତି। କାରଣ ନିର୍ବାଚନ ଲଢ଼ିବା ନେଇ ବିଧାୟକମାନଙ୍କ ଉପରେ ବାଚସ୍ପତି ଲଗାଇଥିବା କଟକଣାକୁ ସୁପ୍ରିମକୋର୍ଟ ଉଠାଇଦେଇଛନ୍ତି। ଏହି ବିଧାୟକମାନେ ନିର୍ବାଚନ ଲଢ଼ିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଗାମୀ ଡିସେମ୍ବର ୫ରେ କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଅଯୋଗ୍ୟ ବିଧାୟକମାନେ ନିର୍ବାଚନ ଲଢ଼ିପାରିବା ସ୍ପଷ୍ଟ ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି, ବିଧାୟକମାନେ କେତେଦିନ ପର୍ୟ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ଆଉ କେତେଦିନ ଯାଏ ଲଢ଼ିପାରିବେ ନାହିଁ ତାହା ବାଚସ୍ପତି ସ୍ଥିର କରିପାରିବେ ନାହିଁ। ସୂଚନାଯୋଗ୍ୟ, କର୍ଣ୍ଣାଟକ ସରକାରରୁ ହଠାତ୍‌ ସମର୍ଥନ ପ୍ରତ୍ୟାହାର କରି ସରକାର ଭାଙ୍ଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୧୭ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷିତ କରିଥିଲେ। ଏହା ସହିତ ଏହି ବିଧାୟକମାନେ ବିଧାନସଭା କାର୍ୟ୍ୟକାଳ ସରିବା ଭିତରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କଟକଣା ଲଗାଇଥିଲେ।