ଏମିତି ବି ମୃତ୍ୟୁ ଆସେ, ଡଙ୍ଗା ବୁଡି ୭୦ମୃତ

ଏମିତି ବି ମୃତ୍ୟୁ ଆସେ, ଡଙ୍ଗା ବୁଡି ୭୦ମୃତ

ଏମିତି ବି ମୃତ୍ୟୁ ଆସେ, ଡଙ୍ଗା ବୁଡି ୭୦ମୃତ


ଡୋମାସକସ: ମଧ୍ୟପ୍ରାଚ୍ୟ ଦେଶ ସିରିଆ ଉପକୂଳରେ ଏକ ବୋଟ ବୁଡିଯିବା ଫଳରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ପ୍ରାଣ ହରାଇଛନ୍ତି ।  ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧ ମୃତଦେହ  ଉଦ୍ଧାର କରାଯାଇ ଥିବାବେଳେ ଏବେ ମଧ୍ୟ ଅନେକ ନିଖୋଜ ରହିଥିବା ସିରିଆ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଦୁର୍ଘଟଣାର ଶିକାର ହୋଇଥିବା ଏହି ବୋଟରେ ଶରଣାର୍ଥୀ ଥିବା ନେଇ ମଧ୍ୟ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।
ବୋଟରେ ମୋଟ କେତେ ଯାତ୍ରୀ କିମ୍ବା ଶରଣାର୍ଥୀ ଥିଲେ, ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ଏବେ ମଧ୍ୟ ନିଖୋଜଙ୍କୁ ଠାବ କରିବା ପାଇଁ ଉଦ୍ଧାର ଅପରେସନ ଜାରି ରହିଛି ।’’ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧ ମୃତଦେହ ଉଦ୍ଧାର କରାଯାଇ ସାରିଲାଣି । ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେମାନେ ସିରିଆର ପ୍ରକୃତ ନାଗରିକ ନା ବେଆଇନ ଭାବେ ସିରିଆରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ଶରଣାର୍ଥୀ ତାହା ବର୍ତ୍ତମାନ ସଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ ।ଦୁର୍ଘଟଣା ନେଇ ସିରିଆର ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି, ଏହି ବୋଟରେ କ୍ଷମତା ଠାରୁ ଯଥେଷ୍ଟ ଅଧିକ ଯାତ୍ରୀ ଥିଲେ । ବୋଟରେ ମାତ୍ର ୩୦ ଜଣ ଯାତ୍ରା କରିବା କ୍ଷମତା ଥିବା ବେଳେ ପ୍ରାୟ ୧୦୦ ରୁ ୧୫୦ ଜଣ ଏଥିରେ ଯାତ୍ରା କରୁଥିଲେ । ଅତ୍ୟଧିକ ଲୋଡିଂ କାରଣରୁ ଭାରସାମ୍ୟ ହରାଇ ଏପରି ଘଟିଥିବା ଆଶଙ୍କା କରାଯାଉଛି ।