ପାର୍ବଣ ଗାଇଡଲାଇନ୍ସ, ଜାଣନ୍ତୁ କ’ଣ

ପାର୍ବଣ ଗାଇଡଲାଇନ୍ସ, ଜାଣନ୍ତୁ କ’ଣ

ପାର୍ବଣ ଗାଇଡଲାଇନ୍ସ, ଜାଣନ୍ତୁ କ’ଣ

ଭୁବନେଶ୍ୱର : ଦଶହରା ପାଇଁ ରାଜଧାନୀ ଭୁବନେଶ୍ୱରରେ ସବୁ ପୂଜା ମଣ୍ଡପରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ତେବେ ତା’ ଭିତରେ  କମିଶନରେଟ୍ ପୁଲିସ୍ ପକ୍ଷରୁ ପୂଜା ପାଇଁ ସାଉଣ୍ଡ, ଡିଜେ, ଲାଇଟ୍‌ ଓ ଭସାଣ ଶୋଭାଯାତ୍ରା ନେଇ କିଛି କଟକଣା ଜାରି କରିଛି। ଏହି କଟକଣାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଡିସିପି ପୂଜା କମିଟି, ବ୍ୟାଣ୍ଡ/ଡିଜେ ଏବଂ ମ୍ୟୁଜିକ୍‌ ପାର୍ଟି ଗୁଡ଼ିକୁ ତାଗିଦ କରିଛନ୍ତି।


ପୂଜା ମଣ୍ଡପରେ ଓ ଭସାଣ ସମୟରେ ଶବ୍ଦ ପ୍ରଦୂଷଣ ପ୍ରତି ସଚେତନ ରହିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୂଜା ମଣ୍ଡପରେ ଓ ଭସାଣ ଶୋଭାଯାତ୍ରାରେ ବ୍ୟବହାର ହେବାକୁ ଥିବା ସାଉଣ୍ଡ ବକ୍ସ ଗୁଡ଼ିକରୁ ବାହାରିବାକୁ ଥିବା ଶବ୍ଦର ତୀବ୍ରତା ୬୫ ଡେସିବିଲ୍ ଟପିବନି ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।
ଭସାଣି ସମୟରେ ପ୍ରତି ପୂଜା ମଣ୍ଡପକୁ କେବଳ ଗୋଟିଏ ଲେଖାଏଁ ବ୍ୟାଣ୍ଡ ଓ ମ୍ୟୁଜିକ ପାର୍ଟି ବ୍ୟବହାର କରିବାକୁ ଅନୁମତି ଦିଆଯିବ। ୬ଟିରୁ ଅଧିକ ଟ୍ରଲି ବ୍ୟବହାର କରିପାରିବେନି। ମ୍ୟୁଜିକ ପାର୍ଟି ଗୁଡ଼ିକ ୪ରୁ ୫ଟି ସାଉଣ୍ଡ ବକ୍ସ ବ୍ୟବହାର କରିବେ। ସାଉଣ୍ଡ ଲିମିଟର ନଥିବା ଅଡିଓ ସିଷ୍ଟମକୁ ଅନୁମତି ମିଳିବ ନାହିଁ। ଯେଉଁ ବ୍ୟାଣ୍ଡ/ଡିଜେ ଓ ମ୍ୟୁଜିକ୍ ପାର୍ଟି ଗୁଡ଼ିକ କେବଳ ଭୁବନେଶ୍ୱର/କଟକ ଡିସିପିଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିବେ କେବଳ ସେମାନଙ୍କୁ ଚଳିତ ବର୍ଷ ଦଶହରାରେ ଅନୁମତି ମିଳିବ।ଅନ୍ୟ କାହାର ଲାଇସେନ୍ସକୁ ବ୍ୟବହାର କରି କେହି ଗୀତ ବଜାଇ ପାରିବେ ନାହିଁ। ‘ସାଇଲେନ୍ସ ଜୋନ୍‌’ (ସ୍କୁଲ୍‌, କଲେଜ, ଡାକ୍ତରଖାନା ଓ କୋର୍ଟ ଇତ୍ୟାଦି)ର ୧୦୦ ମିଟର ପରିଧି ଭିତରେ ଗୀତ ବାଜି ପାରିବ ନାହିଁ।

ଭସାଣି ଶୋଭାଯାତ୍ରା ପାଇଁ ଯେଉଁ ରାସ୍ତା ଦିଆଯାଇଛି, ତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ତାଗିଦ କରାଯାଇଛି। କୌଣସି ପରିସ୍ଥିତିରେ ବ୍ୟାଣ୍ଡ/ଡିଜେ ଓ ମ୍ୟୁଜିକ୍ ପାର୍ଟି ଗୁଡ଼ିକ ଜାତୀୟ ରାଜପଥରେ ଗୀତ ପରିବେଷଣ କରିପାରିବେ ନାହିଁ। ଭସାଣି ସମୟରେ ଡିଜେ/ବ୍ୟାଣ୍ଡ ପାର୍ଟି ଗୁଡ଼ିକ ଫୋକସ୍/ଫ୍ଲାସ୍ ଲାଇଟ୍ ବ୍ୟବହାର କରିପାରିବେ ନାହିଁ।