ମା’ଙ୍କ ଭସାଣି ପାଇଁ ନାସିକ ଢୋଲ

ମା’ଙ୍କ ଭସାଣି ପାଇଁ ନାସିକ ଢୋଲ

ମା’ଙ୍କ ଭସାଣି ପାଇଁ ନାସିକ ଢୋଲ

ଭୁବନେଶ୍ୱର : ଭୁବନେଶ୍ୱର ଅନ୍ୟତମ ପ୍ରାଚୀନ ଦୁର୍ଗାପୂଜା ଭାବେ ଖ୍ୟାତି ଅର୍ଜନ କରିଥିବା ହାଟସାହି ପୂଜା ଚଳିତ ବର୍ଷ ୭୨ ବର୍ଶରେ ପହଞ୍ଚିବ  । ୧୯୫୧ ମସିହାରୁ  ହୋଇଆସୁଥିବା ଏହି ପୂଜାରେ ମା ମହିଷାମର୍ଦ୍ଧିନୀଙ୍କ ପୂଜା ହୁଏ  । ସବୁବେଳେ ବିଧି ଓ ପରମ୍ପରାକୁ ଗୁରୁତ୍ୱ ଦେଇ ଆସୁଥିବା ଏହି ପୂଜା କମିଟି ଚଳିତ ବର୍ଷ ଭସାଣି ଉସôବକୁ ଖୁବ ଧୁମ୍ ଧାମରେ ପାଳନ କରିବ  ।

ଏଥିରେ ମହାରାଷ୍ଟ୍ର ନାସିକରୁ ଆସୁଛନ୍ତି ପ୍ରସିଦ୍ଧ ଢୋଲ ବାଦ୍ୟ  । ଏହି ଟିମରେ ଥିବା ପ୍ରାୟ ୩୦୫ ରୁ ଅଧିକ  ମହିଳା ସଦସ୍ୟ ଢୋଲ ବଜାଇବେ ପୁରୁଣା ଭୁବନେଶ୍ୱର ଦାଣ୍ଡ ଦୁଲୁକାଇବେ  । ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାପା ମା’ଙ୍କ ମନ୍ଦିର ନିକଟରେ ଆରମ୍ଭ ହୋଇଥିବା ଏହି ପୂଜାରେ  ପ୍ରଥମରୁ ହର ପାର୍ବତୀ ପୂଜା ପାଉଥିଲେ  । ଏଠାରେ ମହାଷ୍ଟମୀ ତିଥିରେ ଶଙ୍ଖୁଡି ଭୋଗ ସାଙ୍ଗକୁ ଦେଶୀ ମାଛ ଲାଗି କରିବା ନୀତି ରହିଛି  ।